Latest Odisha News

BREAKING NEWS

ଝିଅର ମୃତ୍ୟୁରେ ମର୍ମାହତ ହୋଇପଡିଥିଲେ ବାପା-ମାଆ, ପିଇଦେଲେ ବିଷ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଗୁମୁରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ନଜରକୁ ଆସିଛି।

ସୂଚନା ଅନୁଯାୟୀ, ନିକଟ ଅତୀତରେ ଗୁମୁରା ଗାଁର ମଦନ ମୋହନ ପିଙ୍ଗୁଆଙ୍କ ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା। ମାତ୍ର ୧୪ ଦିନର ଏହି ଶିଶୁକନ୍ୟାର ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ ହୋଇ ପଡ଼ିଥିଲେ ତା’ର ବାପା ଓ ମାଆ। ଯାହା ପରେ ଝିଅକୁ ଝୁରି ଝୁରି ସେମାନେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ତେବେ ଏହି ଘଟଣାରେ ସ୍ଵାମୀ ମଦନଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇପଡିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.