Latest Odisha News

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ୨୦୦କିମି ଦୌଡ଼ିଲେ ୧୦ ବର୍ଷୀୟା କାଜଲ

ଭୁବନେଶ୍ୱର: ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଛା ହେଲା । ୨୦୦ କିମି ଦୌଡ଼ି ଦେଖା କରିବାକୁ ଗଲେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଝିଅ କାଜଲ । ପ୍ରୟାଗରାଜର ମଣ୍ଡା ବାସିନ୍ଦା କାଜଲ ଗତ ବର୍ଷ ଇନ୍ଦିରା ମାରାଥନ ଦୌଡ଼ିଥିଲେ ।

ସେତେବେଳେ ସେ ମିଡ଼ିଆକୁ କହିଥିଲେ ଯେ, ତାଙ୍କର ମୁଖ୍ୟମମନ୍ତ୍ରୀଙ୍କୁ ଭେଟିବାକୁ ଇଛା ଅଛି । ଏହି ଖବର ପାଇ ଯୋଗୀ କାଜଲଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଥିଲେ ।
ତେବେ କାଜଲ, ୧୦ ଏପ୍ରିଲରୁ ପ୍ରୟାଗରାଜରୁ ଦୌଡ଼ା ଆରମ୍ଭ କରିଥିଲେ । ଲକ୍ଷେ୍ନøରେ ସେ ପହଞ୍ଚିଥିଲେ ଏପ୍ରିଲ ୧୫ରେ । ତା ପର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଡକରା ପାଇଥିଲେ ।

ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି କାଜଲ । ମୁଖ୍ୟମନ୍ତ୍ରୀ ଭେଟି ତାଙ୍କ ଖୁସି ଜାହିର କରିବା ସହ ଯୋଗୀଙ୍କ ଠାରୁ ଉପହାର ମଧ୍ୟ ଗ୍ରହଣ କରିଛନ୍ତି କାଜଲ ।
କାଜଲଙ୍କୁ ଭେଟିବା ପରେ ଯୋଗୀ ତାଙ୍କୁ ସ୍ପୋର୍ଟସ କିଟ୍, ଜୋତା ଓ ପୋଷାକ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ।

ସେ ଶୁଭେଚ୍ଛା କରିଛନ୍ତି ଯେ, କାଜଲ ଆଗମୀ ଦିନରେ ଅର୍ନ୍ତଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରନ୍ତୁ ।

Comments are closed.