Latest Odisha News

BREAKING NEWS

ଜନ୍ମଦିନ ହେଲା ମରଣଦିନ, ଅନଲାଇନରେ ଆସିଲା ମୃତ୍ୟୁ

ପଟିଆଲା: ଜନ୍ମଦିନ ହେଲା ମରଣଦିନ । ଅନଲାଇନରେ ଆସିଲା ମୃତ୍ୟୁ । ଜନ୍ମଦିନର କେକ ଖାଇ ୧୦ ବର୍ଷ ଝିଅର ମୃତ୍ୟୁ । ପଞ୍ଜାବର ପଟିଆଲାରେ ଘଟିଛି ଏହି ଘଟଣା । ମୃତ ନାବାଳିକା ଜଣଙ୍କ ହେଉଛନ୍ତି ୧୦ ବର୍ଷିୟ ମାନୱୀ । ଗତକାଲି ତାଙ୍କର ଜନ୍ମଦିନ ଥିଲା ।

ସୂଚନା ଅନୁସାରେ, ଗତକାଲି ମାନୱୀ ଏବଂ ତାଙ୍କ ସାନ ଭଉଣୀ ରାତିରେ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନ ପାଳିବା ପାଇଁ ସେମାନେ ଅନଲାଇନରେ କେକ ଅର୍ଡର କରିଥିଲେ । କେକ ଆସିବା ପରେ ସେମାନେ ଖୁସିରେ କେକ କାଟି ଖାଇ ଜନ୍ମଦିନ ପାଳନ କରିଥିଲେ । କେକ ଖାଇବାରେ କିଛି ସମୟ ପରେ ଦୁହେଁ ବାନ୍ତି କରିବା ଆରମ୍ଭ କଲେ । ଧିରେ ଧିରେ ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା । ପରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ ପରିବାର ଲୋକେ । ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରମାନେ ମାନୱୀଙ୍କୁ ମୃତ ଘୋଷଣା କରିଥିବାବେଳେ ସାନ ଭଉଣୀର ଅବସ୍ଥା ଗୁରୁତର ଅଛି ।

ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାନୱୀଙ୍କ ସାନ ଭଉଣୀ ବାନ୍ତି କରିବାର ଅଳ୍ପକେ ବର୍ତ୍ତି ଯାଇଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ପରିବାର ଲୋକ । କେକ୍ ଅର୍ଡର ହୋଇଥିବା ଦୋକାନ ଏବଂ ଡେଲିଭରୀ ଦେବାକୁ ଆସିଥିବା ଲୋକ ବିରୋଧରେ ଅଭିଯୋଗ କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ ।

ଏହାରି ଭିତରେ ଉକ୍ତ ଘଟଣାକୁ ନେଇ ପୋଲିସ ହାତରେ ଏକ ବଡ ସୁରାଗ ଲାଗିଛି । ବାସ୍ତବରେ, ଡେଲିଭରି ଦେବାକୁ ଆସିଥିବା ଲୋକଟି କେଉଁ ଦୋକାନରୁ କେକ ଆଣିଥିଲା ସେ ନେଇ ଏଯାବତ୍ କୌଣସି ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ, ଯେଉଁଠାରୁ ଡେଲିଭରି ବ୍ୟକ୍ତି ଅର୍ଡର ନେଇଥିଲେ ସେହି ଦୋକାନୀ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଯେ କେକ୍ ତାଙ୍କ ଦୋକାନରୁ ଯାଇନାହିଁ। ଏହି ସମୟରେ ପୋଲିସ ଅଧିକାରୀ ସୁରିନ୍ଦର ସିଂ କହିଛନ୍ତି ଯେ କେକ୍ କେଉଁଠୁ ଆସିଛି ଆମେ ଅନୁସନ୍ଧାନ କରୁଛୁ। ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.