Latest Odisha News

BREAKING NEWS

ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, କହିଲେ, ‘୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ’

ଗୌହାଟି: ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ । ସେ କହିଛନ୍ତି ଯେ ୨୦୨୬ ସୁଦ୍ଧା ଆସାମ କଂଗ୍ରେସରେ କୌଣସି ହିନ୍ଦୁ ରହିବେ ନାହିଁ ଏବଂ ୨୦୩୨ ସୁଦ୍ଧା ପ୍ରାୟ ସମସ୍ତ ମୁସଲମାନ ମଧ୍ୟ କଂଗ୍ରେସ ଛାଡିବେ ।

ମହାନଗର ବିଜେପି ଭାବରେ ଆମେ ରାଜୀବ ଭବନରେ ଏକ ଶାଖା ଖୋଲିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ କଂଗ୍ରେସ ନେତା ଆଜି ଅର୍ଥାତ୍ ରବିବାର ଦିନ ବିଜେପିରେ ଯୋଗଦେବେ । ଆସାମର ମୁଖ୍ୟମନ୍ତ୍ରୀ ଗ୍ବାହାଟୀରେ ରାଜ୍ୟ ବିଜେପି ମୁଖ୍ୟାଳୟ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ।

ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗ୍ବାହାଟୀରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ୧୨୬ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଶନିବାର କଂଗ୍ରେସର ତିନି ଜଣ ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି ଏବଂ ରବିବାର ଦିନ ଅଧିକ ମାତ୍ରାରେ କଂଗ୍ରେସ ନେତା ମଧ୍ୟ ବିଜେପିରେ ଯୋଗଦେବେ । ମୁଁ ମାଜୁଲି ଯିବି ଏବଂ ମୋର ନିର୍ବାଚନ ପ୍ରଚାର ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.