Latest Odisha News

BREAKING NEWS

ଜୀବନ ବଞ୍ଚାଇଲେ ଭାରତୀୟ ନୌସେନା, ଇଣ୍ଡିଆ ଜିନ୍ଦାବାଦର ନାରା ଦେଲେ ପାକିସ୍ତାନୀ

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ୨୯ ତାରିଖରେ ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଅପହୃତ ଜାହାଜ ଏବଂ ଅପହୃତ ୨୩ ଜଣ ପାକିସ୍ତାନୀ ନାବିକଙ୍କୁ ଉଦ୍ଧାର କରିଥିଲା ଭାରତୀୟ ନୌସେନା। ଭାରତୀୟ ନୌସେନାର ଏହି ସାହସିକ କାର୍ଯ୍ୟରେ ପାକିସ୍ତାନୀ ମତ୍ସ୍ୟଜୀବୀମାନେ ପ୍ରଭାବିତ ହୋଇ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ‘ହିନ୍ଦୁସ୍ତାନ ଜିନ୍ଦବାଦ’ ସ୍ଲୋଗାନ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୯ତାରିଖରେ ଇରାନର ଏକ ମାଛ ଧରା ଜାହାଜକୁ ଆରବ ସାଗରରେ ଜଳଦସ୍ୟୁ ଅପରହଣ କରିନେଇଥିଲେ । ଏପରିକି ସେଥିରେ ଥିବା ୨୩ଜଣ ନାବିକଙ୍କୁ ମଧ୍ୟ ପଣବନ୍ଦୀ ରଖିଥିଲେ। ତେବେ ଏ ନେଇ ସମସ୍ତ ତଥ୍ୟ ପାଇବା ପରେ ନୌସେନାର ସ୍ୱତନ୍ତ୍ର ଟିମ ଆଇଏନଏସ ସୁମେଧା ଏବଂ ଆଇଏନଏସ ତ୍ରିଶୁଲର ସହାୟତା ନେଇ ଅପରେସନ ଆରମ୍ଭ କରିଥିଲେ । ଏହାପରେ ଭାରତୀୟ ନୌସେନା ମାଛଧରା ଜାହାଜକୁ ଘେରି ଯାଇଥିଲା। ଏହାପରେ ଅପହୃତା ଜଳଦସ୍ୟୁମାନେ ନୌସେନାର ପରାକ୍ରମ ଆଗରେ ହାର ମାନିଥିଲେ। ଏପରିକି ସମସ୍ତ ଲୁଟେରା ମାନେ ମଧ୍ୟ ନୌସେନା ନିକଟରେ ଆତ୍ମସମର୍ପଣ କରିଥିଲେ । ଏହି ଘଟଣା ସହ ଜଡିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ଏହି ଭିଡିଓରେ, ଇରାନର ଫ୍ଲାଗାଡ୍ ଜାହାଜରେ ଥିବା ଏହି ପାକିସ୍ତାନୀ ନାବିକମାନେ ଭାରତୀୟ ନୌସେନାକୁ ଧନ୍ୟବାଦ ଦେବା ସହ ଇଣ୍ଡିଆ ଜିନ୍ଦାବାଦର ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି । ଘଟଣା ସମୟରେ ଜାହାଜଟି ସୋକୋଟ୍ରାର ୟେମେନ ଦ୍ୱୀପଠାରୁ ପ୍ରାୟ 90 ଏନଏମ ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା ।

 

Leave A Reply

Your email address will not be published.