Latest Odisha News

BREAKING NEWS

ପୌର ନିର୍ବାଚନ : ୧୦୦ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ,୧୪ରେ ନାମାଙ୍କନ ପ୍ରତ୍ୟାହାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ । ନିର୍ବାଚନ ଦୌଡରୁ ୧୦୦ ଜଣ ପ୍ରାର୍ଥୀ ବାଦ୍ ପଡିଛନ୍ତି । ମେୟର ପୌର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଥିବା ୨୨ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି । ଅନ୍ୟପଟେ ୭୮ ଜଣ କର୍ପୋରେଟରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି । ଏନେଇ ସୂଚନା ଦେଇଛନ୍ତା ରାଜ୍ୟ ନିର୍ବାଚନ ଆୟୋଗ ସଚ୍ଚିବ ରବିନ୍ଦ୍ରନାଥ ସାହୁ ।

ମଇଦାନରେ ନିର୍ବାଚନ ଲଢିବାକୁ ୭୦୫୨ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଆସନ୍ତା ୧୪ ତାରିଖରେ ଅପରାହ୍ନ ୩ ଟା ଭିତରେ ନାମାଙ୍କନ ପ୍ରତ୍ୟାହାର କରିବେ ପ୍ରାର୍ଥୀ । ଅନ୍ୟପଟେ ଦଳୀୟ ଟିକେଟରୁ ବାଦ ପଡିବା ପରେ ଅନେକ ସ୍ୱାଧିନ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ସେମାନଙ୍କୁ ରାଜନୈତିକ ଦଳ ମାନେ ବୁଝାସୁଝା କରୁଛନ୍ତି ।

Comments are closed, but trackbacks and pingbacks are open.