Latest Odisha News

BREAKING NEWS

କାଶୀ ବିଶ୍ୱନାଥ ଧାମର କର୍ମଚାରୀଙ୍କୁ ମୋଦୀଙ୍କ ବିଶେଷ ଉପହାର

ନୂଆଦିଲ୍ଲୀ: କାଶୀ ବିଶ୍ୱନାଥ ଧାମରେ ​​କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ କିଛି ଖାସ୍‌ ଉପହାର ପଠାଇଛନ୍ତି। ମନ୍ଦିରରେ କାମ କରୁଥିବା ଲୋକଙ୍କ ପାଇଁ ଚପଲ ପିନ୍ଧିବା ନିଷେଧ ରହିଥାଏ। ଏଥିପାଇଁ ବିଶେଷ କରି ଶୀତଋତୁରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କ ପାଇଁ ଝୋଟରେ ତିଆରି ଜୋତା ଉପହାର ସ୍ବରୂପ ପଠାଇଛନ୍ତି। ପୁରୋହିତ, ସେବକ, ପ୍ରଭୁ ବିଶ୍ୱନାଥଙ୍କ ସେବାରେ ନିୟୋଜିତ ସୁରକ୍ଷା କର୍ମୀ ଏବଂ ପରିମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ୧୦୦ଟି ଝୋଟରେ ତିଆରି ଜୋତା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାସରେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ ପାଇଁ କାଶୀରେ ଯାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏହି ଉପହାର ପାଇବା ପରେ କାଶୀ ବିଶ୍ୱନାଥ ଧାମରେ ​​କାର୍ଯ୍ୟ କରୁଥିବା ଲୋକମାନେ ବହୁତ ଖୁସି ଥିବା ଜଣାପଡ଼ିଛି।

Comments are closed.