ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି ୨୦ ସମ୍ମିଳନୀ । ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଶ୍ୱ ମହାଶକ୍ତି । ଭାରତ ମଣ୍ଡପମରେ ଚାଲିଛି ମାନସ ମନ୍ଥନ । ସାରା ବିଶ୍ୱର ଆଖି ଭାରତ ଉପରେ । ଏହି ମହାମଞ୍ଚରେ ମିଳିଛି ଭାରତକୁ ବିପୁଳ ସମର୍ଥନ । ଜି ୨୦ ସମ୍ମିଳନୀରେ ଦିଲ୍ଲୀ ଘୋଷଣାପତ୍ରକୁ ମିଳିଛି ସମସ୍ତଙ୍କ ସମର୍ଥନ ।
ପ୍ରଧାନମନ୍ତ୍ରୀ ମୋଦି ଜି ୨୦ ସମ୍ମିଳନୀର ପ୍ରଥମ ଦିନରେ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ଘୋଷଣାପତ୍ର ସବୁ ଦେଶ ସମ୍ମୁଖରେ ଉପସ୍ଥାପନ କରାଗଲା । ସବୁ ଦେଶ ଏଥିରେ ୧୦୦ ପ୍ରତିଶତ ସହମତି ଦେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆମ ଟିମର ପରଶ୍ରମ ଏବଂ ଆପଣମାନଙ୍କ ସମର୍ଥନ କାରଣରୁ ନୂଆଦିଲ୍ଲୀରେ ଜି-୨୦ ନେତାଙ୍କ ଶିଖର ସମ୍ମିଳନୀ ଘୋଷଣାପତ୍ରକୁ ମିଳିଛି ସହମତି ।
ଜି ୨୦ ସମ୍ମିଳନୀର ଏହି ଘୋଷଣାପତ୍ର ୩୭ ପୃଷ୍ଠାର । ଏଥରେ ରହିଛି ୮୩ ପାରାଗ୍ରାଫ । ଏହାର ନାଁ ରହିଛି ନୂଆଦିଲ୍ଲୀ ଡିକ୍ଲାରେସନ । ଏହି ଘୋଷଣାପତ୍ରରେ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ୪ ଥର କୁହାଯାଇଛି । ଏହା ସହିତ ଶକ୍ତିଶାଳୀ, ନିରନ୍ତର, ସମତୁଲ ଓ ସମାବେଶୀ ଅଭିବୃଦ୍ଧି ଉପରେ ଫୋକସ କରାଯାଇଛି । ଉତ୍ତମ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, ନିରନ୍ତର ବିକାଶ ଲକ୍ଷ୍ୟର ଗତିକୁ ତ୍ୱରାନ୍ୱିତ କରିବା, ଏକବିଂଶ ଶତାବ୍ଦୀ ପାଇଁ ମଲ୍ଟିଲାଟେରାଲ ଇନଷ୍ଟିଚ୍ୟୁସନ୍ସ ଉପରେ ଏହି ଘୋଷଣାପତ୍ରରେ ଫୋକସ କରାଯାଇଥିଲା । ଘୋଷଣାପତ୍ରକୁ ସହମତି ମିଳିଥିବା ନେଇ ପ୍ରଧାନମନ୍ତ୍ରୀ ଆଜି ଦ୍ୱିପହରରେ ଘୋଷଣା କରିଥିଲେ ।
ଦିଲ୍ଲୀ ଘୋଷଣାପତ୍ରକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଷ୍ଠିତ ଦେଶ ସମୂହ ସଦସ୍ୟଙ୍କୁ ଧନ୍ୟବାଦ ଦେବା ସହ ଏକ୍ସ (ଟୁଇଟ)ରେ ଏକ ପୋଷ୍ଟ ସେୟାର କରଛନ୍ତି । ସସେ କହିଛନ୍ତି, ଆଜି ଜି-୨୦ ଶିଖର ସମ୍ମିଳନୀରେ ଦିଲ୍ଲୀ ଘୋଷଣାପତ୍ରକୁ ଅଧିକାରିକ ସ୍ତରରେ ଅଙ୍ଗୀକାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନବ କେନ୍ଦ୍ରିତ ବିଶ୍ୱକରଣ ଏବଂ ଗ୍ଲୋବାଲ ସାଉଥକୁ ନେଇ ଆମର ଚିନ୍ତାକୁ ବିଶ୍ୱ ନେତାଙ୍କ ସାମ୍ନାରେ ରଖିଛନ୍ତି । ଆମର ଏହି ଚିନ୍ତା ଏବଂ ସ୍ୱରକୁ ମାନ୍ୟତା ମିଳିଛି ।ଏ ନେଇ ଜି ୨୦ ସଦସ୍ୟ ରାଷ୍ଟ୍ରଙ୍କୁ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି ।
BREAKING NEWS
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
Comments are closed.