Latest Odisha News

BREAKING NEWS

ବାଙ୍ଗାଲୋର ଦିବାରାତ୍ର ଟେଷ୍ଟ: ଷ୍ଟାଡିୟମରେ ଶତ ପ୍ରତିଶତ କ୍ଷମତା ସହ ଦର୍ଶକ ଉପଭୋଗ କରିବେ ମ୍ୟାଚ

ବାଙ୍ଗାଲୋର: ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଦର୍ଶକମାନେ ଷ୍ଟାଡିୟମରେ ଉପଭୋଗ କରିପାରିବେ । ଏହି ଦିବାରାତ୍ର ଟେଷ୍ଟ ପାଇଁ ସମସ୍ତ କଟକଣା ଉଠାଇ ଦିଆଯାଇଛି । ଶତ ପ୍ରତିଶତ କ୍ଷମତା ସହକାରେ ଦର୍ଶକ ମ୍ୟାଚ ଦେଖିପାରିବେ । ଏହି ମ୍ୟାଚର ଅଧିକାଂଶ ଟିକେଟ ବିକ୍ରି ହୋଇଯାଇଛି ।

ଭାରତର ଏହା ଓଭରାଲ ୪ର୍ଥ ଏବଂ ଘରୋଇ ପରିବେଶରେ ତୃତୀୟ ଦିବାରାତ୍ର ଟେଷ୍ଟ ମ୍ୟାଚ ହେବ । ପୂର୍ବ ୩ଟି ମ୍ୟାଚରେ ଭାରତ ୨ଟିରେ ବିଜୟ ହାସଲ କରିଛି । ୨୦୨୦ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ପରାଜିତ ହୋଇଥିଲା ।

Comments are closed, but trackbacks and pingbacks are open.