Latest Odisha News

BREAKING NEWS

ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ-ନିର୍ମାତା ମନମୋହନ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଆ ସିିନେମା ଜଗତର ବିଶିଷ୍ଟ ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ରଙ୍କ ପରଲୋକ ହୋଇଯାଇଛି ।

ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶ୍ରୀ ମହାପାତ୍ରଙ୍କ ପରଲୋକ ହୋଇଯାଇଛି ।

ନିର୍ଦ୍ଦେଶନା ତଥା ଚଳଚ୍ଚିତ୍ର ନିର୍ମାଣ ଲାଗି ଶ୍ରୀ ମହାପାତ୍ର ଲଗାତର ୮ଥର ଲାଗି ଜାତୀୟ ପୁରସ୍କାର ହାସଲ କରିଛନ୍ତି ।

ସ୍ୱର୍ଗତଃ ମହାପାତ୍ରଙ୍କ ଦ୍ୱାରା ନିର୍ମିତ ତଥା ନିର୍ଦ୍ଦେଶନାରେ ଯେଉଁସବୁ ଚଳଚ୍ଚିତ୍ର ଗୁଡ଼ିକ ଜାତୀୟ ପୁରସ୍କାର ହାସଲ କରିପାରିଛି ସେହି ଚଳଚ୍ଚିତ୍ର ଗୁଡ଼ିକ ହେଲା ନିଶିଥ ସ୍ୱପ୍ନ, ମଝି ପାହାଚ, କ୍ଳାନ୍ତ ଅପରାହ୍ନ, ନୀରବ ଝଡ଼, ଶୀତରାତି ଏବଂ ଭିନ୍ନ ସମୟ । ଶ୍ରୀ ମହାପାତ୍ରଙ୍କ ପ୍ରଥମ ଓଡ଼ିଆ ଫିଲ୍ମ ‘ଶୀତରାତି’ (୧୯୭୬) ୧୯୮୨ରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।

ସ୍ୱର୍ଗତଃ ମହାପାତ୍ରଙ୍କ ନିର୍ମିତ ୧୨ଟି ଚଳଚ୍ଚିତ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିବା ବେଳେ ‘ଭିଜା ମାଟିର ସ୍ୱର୍ଗ’ ୨୦୧୯ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ହାସଲ କରିପାରିଛି ।

Leave A Reply

Your email address will not be published.