Latest Odisha News

BREAKING NEWS

ଭିତରକନିକାରେ ଚିହ୍ନଟ ହେଲା ୧୦୩ଟି କୁମ୍ଭୀର ବସା

ରାଜନଗର : କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ବୁଧବାର ଦିନ ଚଳିତ ବର୍ଷ ପାଖାପାଖି ୧୦୩ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ରାଜନଗର ୱାଇଲ୍ଡ ଲାଇଫ୍ ଡିଭିଜନର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଏଥର ୧୦୩ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ କନିକା ରେଞ୍ଜର ଡାଙ୍ଗମାଳ ନିକଟରୁ ସର୍ବାଧିକ ୯୧ଟି ବସା, ରାଜନଗର ରେଞ୍ଜରେ ୯ଟି, ମହାକାଳପଡା ରେଞ୍ଜରେ ୨ଟି ଓ ଗହୀରମଥା ରେଞ୍ଜରେ ୧ଟି ବସା ଠାବ କରାଯାଇଛି ।

ଆହୁରି ମଧ୍ୟ ଗତବର୍ଷ ଏହି ଜାତୀୟ ଉଦ୍ୟାନରେ ପ୍ରାୟ ୧୦୧ଟି ବସା ଚିହ୍ନଟ କରାଯାଇଥିଲା ବୋଲି ଡିଏଫଓ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ ଭିତରକନିକା ଜାତୀୟ ଉଦ୍ୟାନକୁ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ କରାଯାଇଥାଏ ।

Leave A Reply

Your email address will not be published.