Latest Odisha News

BREAKING NEWS

ବୁଦାରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଖପୁରିଆପଦା ପଞ୍ଚାୟତ ବାଲିପଶି ଗାଁ ନିକଟସ୍ଥ ଏକ ବାଉଁଶ ବୁଦାରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

ମୃତକ ଜଣଙ୍କ ହେଉଛି ବାଲିପଶି ଗାଁର ଶରତ ଚନ୍ଦ୍ର ଧଳ । କିଛିଦିନ ହେବ ଶରତ ଘରୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକ ଥାନାରେ ଏତଲା ମଧ୍ୟ ଦେଇଥିଲେ ।

ତେବେ ଆଜି ସକାଳୁ ବାଉଁଶ ବୁଦାରେ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର କରିଥିଲେ। ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.