Latest Odisha News

BREAKING NEWS

ବିବାହ ପରେ ଅଭିନୟରେ ପାଦ ଦେଇଥିବା ସେଲିବ୍ରିଟିଙ୍କ ସମ୍ପର୍କରେ ଜାଣନ୍ତୁ

ଅନେକ ବଲିଉଡ୍ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ବିବାହ ପରେ ଅଭିନୟ ଜଗତରେ ପାଦ ଦେଇଛନ୍ତି। ଜାଣନ୍ତୁ ସେମାନେ କିଏ?

ଶାହରୁଖ୍‌ ଖାନ୍

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ଙ୍କ ବଲିଉଡ୍ ସଂଘର୍ଷ କାହାଣୀ କାହାକୁ ଅଛପା ନାହିଁ। ଶାହାରୁଖ୍ ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ‌ଗୌରୀ ଖାନ୍‌ଙ୍କୁ ବିବାହ କରିସାରିଥିଲେ। ସେ ତାଙ୍କ ଦାମ୍ପତ୍ୟ ଜୀବନକୁ ନେଇ ବେଶ୍‌ ଖୁସି ମଧ୍ୟ ଅଛନ୍ତି।

ଆୟୁଷ୍ମାନ୍‌ ଖୁରାନା

ବତ୍ତର୍ମାନ ସମୟରେ ବଲିଉଡ୍‌ର ଜଣେ ସୁପରିଚିତ କଳାକାର ହେଉଛନ୍ତି ଆୟୁଷ୍ମାନ୍‌ ଖୁରାନା। ଆୟୁଷ୍ମାନ୍ ୨୦୧୨ରେ ବଲିଉଡ୍‌ରେ ପ୍ରବେଶ କରିଥିଲେ, କିନ୍ତୁ ସେ ନିଜ ପ୍ରେମିକା ତାହିରା କଶ୍ୟପଙ୍କୁ ୨୦୦୮ରେ ବିବାହ କରିଥିଲେ।

ସୋନୁ ସୁଦ୍‌

ଏ କଥା ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ସୋନ୍ ସୁଦ୍‌ ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ବିବାହିତ ଥିଲେ। ସେ ୧୯୯୬ରେ ବାନ୍ଧବୀ ସୋନାଲିଙ୍କୁ ବିବାହ କରିଥିଲେ। ସୋନୁ ୧୯୯୯ରେ ସାଉଥ୍ ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ।

ଅଜୁର୍ନ ରାମପାଲ

ଅଜୁର୍ନ ରାମପାଲ ୧୯୯୮ରେ ସୁପର ମଡେଲ୍‌ ମେହେର ଜେସିଆଙ୍କୁ ବିବାହ କରିଥିଲେ।  ଏହାପରେ ୨୦୦୧ରେ ଫିଲ୍ମ ‘ପ୍ୟାର୍‌ ଇସ୍କ ଔର୍‌ ମୋହବତ୍‌’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

ସୁନିଲ୍‌ ସେଟ୍ଟୀ

୧୯୯୧ରେ ସୁନୀଲ୍‌ ସେଟ୍ଟୀ ମାନା ସେଟ୍ଟୀଙ୍କୁ ବିବାହ କରିଥିଲେ। ଏହାର ଗୋଟିଏ ବର୍ଷ ପରେ ଫିଲ୍ମ ‘ବଲୱାନ’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିଲେ।

ଚିତ୍ରାଙ୍ଗଦା ସିଂ

ବଲିଉଡ୍‌ ଅଭିନେତ୍ରୀ ଚିତ୍ରାଙ୍ଗଦା ମଧ୍ୟ ଅଭିନୟକୁ ଆସିବା ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିଲେ। ସେ ୨୦୦୧ରେ ଭାରତୀୟ ଗଲ୍ଫର୍‌ ଜ୍ୟୋତି ରାନ୍ଧୱାଙ୍କୁ ବିବାହ କରିଥିଲେ। ସେ ୨୦୦୫ରେ ‘ହଜାରେ ଖ୍ବାଇସ୍ ଐସି’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିଲେ।

ମଲ୍ଲିକା ଶେରୱାତ୍

୧୯୯୭ରେ ମଲ୍ଲିକା ଶେରାୱତ୍‌ କରଣ ସିଂ ଗିଲ୍‌ଙ୍କୁ ବିବାହ କରିଥିଲେ। ଏହାପରେ ୨୦୦୩ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସମୟରେ ଉଭୟଙ୍କ ଛାଡ଼ପତ୍ର ହୋଇସାରିଛି।

ସନି ଲିଓନ

ସନି ଲିଓନ ଅଭିନୟ ଜଗତରେ ପାଦ ରଖିବା ପୂର୍ବରୁ ବିବାହ କରିସାରିଥିଲେ। ସେ ୨୦୧୧ରେ ମଡେଲର୍‌ ଡାନିଏଲ୍ ୱେବର୍‌ଙ୍କୁ ବିବାହ କରିଥିଲେ। ବିବାହର ଏକ ବର୍ଷ ପରେ ‘ଜିସ୍ମ ୨’ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

Leave A Reply

Your email address will not be published.