Latest Odisha News

ବ୍ୟାସକବିଙ୍କ ୧୦୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ବର : ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୦୫ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂସଦ ପକ୍ଷରୁ ବାଣୀବିହାର ପରିସରରେ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସାରସ୍ଵତ ସଭା ଆୟୋଜିତ ହୋଇଥିଲା ।

ସଂସଦର ସଭାପତି ଜୀବନ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅଜୟ କୁମାର ପଟ୍ଟନାୟକ, ଅମିୟ ପଟ୍ଟନାୟକ ଅତିଥି ଭାବରେ ଯୋଗଦେଇଥିଲେ। କଥିତ ଓ ସାଧାରଣ ଭାଷାର ପ୍ରୟୋଗରେ ଫକୀରମୋହନଙ୍କ ଗଳ୍ପ ଓ ଉପନ୍ୟାସ ସାଧରଣ ପାଠକଙ୍କ ଦ୍ଵାରା ଗ୍ରହଣୀୟ ହୋଇଥିଲା ବୋଲି ଅତିଥିମାନେ ଆଲୋଚନା କରିଥିଲେ।

ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ସଞ୍ଚାଳନାରେ ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ଯୋଗେନ୍ଦ୍ର କୁମାର ନାୟକ, ଗୀତାଞ୍ଜଳି ମହାନ୍ତି ଏବଂ ସୌଦାମିନୀ ସାମନ୍ତରାୟ ସଂଯୋଜନା କରିଥିଲେ ଏବଂ ରଜତ କୁମାର ପାତ୍ର, ନିଆସୀ ଚରଣ ଦାସ ସଭା ପରିଚାଳନାରେ ସହଯୋଗ କରିଥିଲେ। ସଂସଦର ସାଧାରଣ ସମ୍ପାଦକ ବିରାଜ ମୋହନ ଦାସଙ୍କ ପ୍ରାରମ୍ଭିକ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପରିଶେଷରେ ଅଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Comments are closed.