Latest Odisha News

BREAKING NEWS

ଆହତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କଲା ୧୦୮ ଆମ୍ବୁଲାନ୍ସ

ପୁରୀ: ପୁରୀ ରେଳ ଷ୍ଟେସନ ଶୌଚାଳୟ ନିକଟରୁ ଆହତ ଅବସ୍ଥାରେ ଜଣେ ବ୍ୟକ୍ତି ଉଦ୍ଧାର । ୧୦୮ ଆମ୍ବୁଲାନ୍ସ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ବ୍ୟକ୍ତିଙ୍କୁ କେତେକ ଲୋକ ମାରି ଆହତ କରିଥିବା ନେଇ ସୂଚନା ମିଳିଛି ।

ତେବେ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ତାଙ୍କ ନାମ ଉଡ଼ ଲାଲୁ ବୋଲି କୁହାଯାଉଛି । ଆଜି ପୂର୍ବାହ୍ନରେ କୌଣସି ସୂତ୍ରରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲା । ଶୌଚାଳୟ ନିକଟରୁ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି ।

Leave A Reply

Your email address will not be published.