Latest Odisha News

ନଭେମ୍ବର ୧ରେ ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା…

ଭୁବନେଶ୍ବର: ନଭେମ୍ବର ୧ରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା । ଆନ୍ଦୋଳନରେ ବସିବେ ୬ ହଜାରରୁ ଅଧିକ ଆମ୍ବୁଲାନ୍ସ କର୍ମଚାରୀ ।

ମିଳିଥିବା ଖବର ଅନୁସାରେ, ଗ୍ରୀନ୍‌ ହେଲଥ୍‌ ସର୍ଭିସ ନାମକ ଏକ ଠିକା କମ୍ପାନୀ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ଠିକାରେ ନେଇ ସାରିଛି । ଏହି ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନାହିଁ ଯାହାର ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଆନ୍ଦୋଳନ ଡାକରା ଦେଇଛନ୍ତି ।

ଅନ୍ୟପଟେ, ଆଜି ୩୦ ଜିଲ୍ଲାର ଅଫ୍ ଡ୍ୟୁଟି କର୍ମଚାରୀମାନଙ୍କୁ ନେଇ ମହାସଂଘ ପକ୍ଷରୁ ଜିଲ୍ଳାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରାଯିବା ସହ ଦାବିପତ୍ର ପ୍ରଦାନ କରାଯିବ ।

ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.