ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁର ସଂକ୍ରମଣ ଭିତରେ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହୋଇଛି । ତେଣୁ ପିଲାଙ୍କୁ ପାଠପଢା ସହିତ ଯୋଡି ରଖିବାକୁ ଉଦ୍ୟମ ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ଦିଆଯିବ । ଦୀକ୍ଷା ଆପ୍ ସାହାଯ୍ୟରେ ପିଲା ପାଠ ପଢିବେ ।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ପିଲାମାନଙ୍କ ପାଠପଢା ଯେପରି ପ୍ରଭାବିତ ହେବନାହିଁ ସେନେଇ ଉଦ୍ୟମ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ଦଶମ ଶ୍ରେଣୀ ଛାତ୍ରାଛାତ୍ରୀଙ୍କ ପଠାପଢା ପାଇଁ ଅନଲାଇନ ବ୍ୟବସ୍ଥା କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ଦଶମ ଶ୍ରେଣୀକୁ ଉନ୍ନୀତ ହେବେ, ସେମାନଙ୍କୁ ଅନଲାଇନରେ ଶିକ୍ଷା ଦିଆଯିବା ନେଇ ବ୍ୟବସ୍ଥା କରାଯିବ । ଆସନ୍ତା ୧୪ ତାରିଖ ପରେ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବ୍ଲୁପ୍ରିଂଟ୍ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
BREAKING NEWS
- ଗ୍ରୀନଲ୍ୟାଣ୍ଡକୁ ସୈନ୍ୟ ପଠାଇବେ ଜର୍ମାନୀ, ଫ୍ରାନ୍ସ : ଆମେରିକା ବିରୁଦ୍ଧରେ ଏକତ୍ରିତ ହେଉଛନ୍ତି ୟୁରୋପୀୟ ଦେଶ
- BMC Election: ବିଏମସି ସମେତ ୨୯ଟି ନଗର ନିଗମ ପାଇଁ ଆଜି ମତଦାନ
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
Comments are closed.