Latest Odisha News

BREAKING NEWS

ଘରୋଇକରଣ ହେବ ଭୁବନେଶ୍ବର ସମେତ ୧୧ଟି ବିମାନ ବନ୍ଦର

ଭୁବନେଶ୍ୱର: ଦେଶର ୧୧ଟି ବିମାନ ବନ୍ଦରକୁ ଘରୋଇକରଣ କରାଯିବ । ସେଥିମଧ୍ୟରେ ରହିଛି ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି, ଅମୃତସର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡା, ଭଦୋଦରା, ଭୋପାଳ, ତିରୁପତି, ହବଲି, ଇମ୍ଫାଲ, ରାଜତାଲ, ଉଦୟପୁର ଭଳି ବିମାନ ବନ୍ଦର ।

ଏହି ସବୁ ବିମାନମନ୍ଦରକୁ ୨୦୨୨ରୁ ୨୦୨୫ ମଧ୍ୟରେ ଲିଜ୍‌ ସୁତ୍ରରେ ଘରୋଇ କମ୍ପାନୀକୁ ଦିଆଯିବ । ଏହା ଦ୍ବାରା ଏହି ବିମାନ ବନ୍ଦରର ଉନ୍ନତି ଓ ପରିସୀମାକୁ ବୃଦ୍ଧି କରାଯିବ ।

ତେବେ ଯେଁଉ ବିମାନ ବନ୍ଦର ଗୁଡିକ କ୍ଷତିରେ ଚାଲୁଛି ସେଗୁଡିକୁ ଘରୋଇ କମ୍ପାନୀକୁ ଦିଆଯିବ । ବିମାନ ବନ୍ଦର ଗୁଡିକର ତାଲିକା ପ୍ରସ୍ତୁତ କରାଯିବ ଯେଉଁ ବିମାନ ବନ୍ଦର ଗୁଡିକ ଲାଭ ଓ କ୍ଷତି ସହୁଥିବ ତାର ବିଡିଂ କରାଯିବ । ଏହାପରେ କଣ ରହିବ ପ୍ରକ୍ରିୟା ତାର ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ୍ ନେବ ।

Leave A Reply

Your email address will not be published.