Latest Odisha News

BREAKING NEWS

ଭୂସ୍ଫଳନ ଯୋଗୁଁ ୨ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ଜମ୍ମୁ ଓ କାଶ୍ମୀର : ଜମ୍ମୁ ଓ କାଶ୍ମୀରର ବରିମାର୍ଗ ଠାରେ ଭୂସ୍ଫଳନ ଯୋଗୁଁ ଅମରନାଥ ଯାତ୍ରା କରୁଥିବା ୨ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ପୋଲିସ ସୂତ୍ରରୁ ପ୍ରକାଶ ଅମରନାଥର ବାଲତାଲ ଯିବା ପଥରେ ରେଲପତ୍ରି ଓ ବରିମାର୍ଗ ରାସ୍ତାରେ ଭୂସ୍ଫଳନ ଘଟିଥିଲା । ଏହି ଦୁର୍ଘଟଣା ଘଟିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଆହତ ତୀଥଯାତ୍ରୀମାନଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନେଇଯାଇଥିଲେ । ଏହିି ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।

ପ୍ରାଣହାନୀ ଘଟିଥିବା ୨ ଜଣ ତୀର୍ଥଯାତ୍ରୀଙ୍କର ମରଶରୀରକୁ ବାଲତାଲ ବେସ କ୍ୟାମ୍ପରେ ସଂରକ୍ଷିତ କରି ରଖାଯାଇଛି ବୋଲି ସ୍ଥାନୀୟ ସୁରକ୍ଷାକର୍ମୀ କହିଛନ୍ତି ।

ଅମରନାଥ ଯାତ୍ରା ସମୟରେ ପୂର୍ବରୁ ୩ ଜଣ ଯାତ୍ରୀଙ୍କର ପ୍ରାଣହାନୀ ଘଟିଛି । ତେବେ ଏବର୍ଷ ଦୁର୍ଗମ ଅମରନାଥଯାତ୍ରାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ପ୍ରାଣହାନୀ ଘଟିଲାଣି ।

ଏବର୍ଷର ଦୁର୍ଗମ ଅମରନାଥ ଯାତ୍ରାରେ ପ୍ରାକୃତିକ ବିପର୍ଯ୍ୟୟକୁ ଭ୍ରୃକ୍ଷେପ ନ’କରି ଷଷ୍ଠ ପର୍ଯ୍ୟାୟର ଶେଷ ସୁଦ୍ଧା ମୋଟ ୩ ହଜାର ୫୦୦ ଜଣ ତୀର୍ଥଯାତ୍ରୀ ଜମ୍ମୁରୁ ଯାତ୍ରା ଆରମ୍ଭ କରିସାରିଛନ୍ତି । ଅମରନାଥ ଯାତ୍ରାପଥରେ ସୁରକ୍ଷା ବ୍ୟବସ୍ଥାକୁ ଏବର୍ଷ କଡ଼ାକଡ଼ି କରାଯାଇଛି ।

ମିଳିଥିବା ସୂଚନାନୂଯାୟୀ, ଏପର୍ଯ୍ୟନ୍ତ ୩୬ ହଜାର ୩୬୬ ଜଣ ତୀର୍ଥଯାତ୍ରୀ ଅମରନାଥର ଗୁମ୍ପା ମଧ୍ୟରେ ଭଗବାନ ଶିବଙ୍କ ପବିତ୍ର ଲିଙ୍ଗକୁ ଦର୍ଶନ କରିସାରିଲେଣି । ଏହି ଗୁମ୍ପାଟି ହିମାଳୟ ପାର୍ବତ୍ୟାଞ୍ଚଳର ୩ ହଜାର ୩୮୮ ମିଟର ଉଚ୍ଚରେ ଅବସ୍ଥିତ ।

ଜମ୍ମୁ ଓ କାଶ୍ମୀରର ପହଲଗାମରୁ ୩୬ କିମିର ଦୁର୍ଗମ ପଥରେ ତୀର୍ଥଯାତ୍ରା ଆରମ୍ଭ ହୋଇଥାଏ ।
ଦୀର୍ଘ ୬୦ ଦିନର ଏହି ଦୁର୍ଗମ ଅମରନାଥ ଯାତ୍ରା ଜୁନ ୨୮ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଅଗଷ୍ଟ ୨୬ରେ ରାକ୍ଷୀ ପୂର୍ଣ୍ଣିମା ଦିନ ସମାପ୍ତ ହେବ ।

Leave A Reply

Your email address will not be published.