Latest Odisha News

ଓସିଏ ନିର୍ବାଚନ: ୧୧ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ ଲାଗି ଶୁକ୍ରବାର ଦିନ ୧୧ ଜଣ ପ୍ରାର୍ଥୀ ୬ଟି ପଦବୀ ଲାଗି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଦିନ ଓଡ଼ିଶା କ୍ରିକେଟ ଆସୋସିଏସନର ବିଭିନ୍ନ ପଦ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

BjdElectrycity

ସଭାପତି ପଦବୀ ଲାଗି ପଙ୍କଜ ଲୋଚନ ମହାନ୍ତି ଏବଂ ପ୍ରଦୀପ ଚୌହାନ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଅକ୍ଷୟ କୁମାର ସାମନ୍ତ ଏବଂ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଉପ-ସଭାପତି ପଦବୀ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ସମ୍ପାଦକ ପଦବୀ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ନବରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ପଦବୀ ଲାଗି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସଂଯୁକ୍ତ ସମ୍ପାଦକ ପଦ ଲାଗି ମେହେତାବ ଖାନ, ସୁଜିତ କୁମାର ପ୍ରଧାନ ଏବଂ ପ୍ରଭାତ କୁମାର ଭୋଳ ନାମାଙ୍କନ ପତ୍ର ଦାଖଲ କରିଥିବାର ସୂଚନା ହସ୍ତଗତ ହୋଇଛି ।

ଏହାବ୍ୟତୀତ, ଅନୀଲ ବିଶ୍ୱାଳ ଏବଂ ବିକାଶ ପ୍ରଧାନ କୋଷାଧ୍ୟକ୍ଷ ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଓସିଏ କାଉନସିିଲ୍ ଲାଗି କେବଳ ସୁଭାଷିସ ସେନାପତି ଜଣେ ମାତ୍ର ପ୍ରାର୍ଥୀ ରୂପେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବର୍ତ୍ତମାନର ଓସିଏ ଇଲେକ୍ଟ୍ରୋରାଲ୍ ଅଫିସର ଏମଏଲ ମଜୁମଦାର କହିଛନ୍ତି, ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଏବେ ସିବିଆଇ ଦ୍ୱାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଥିଲେ ମଧ୍ୟ ସେ ଭୋଟଦାନ କରିପାରିବେ ।

ମିଳିଥିବା ସୂଚନାନୁଯାୟୀ, ପ୍ରାର୍ଥୀପତ୍ର ଦାଖଲ କରିବାର ଅନ୍ତିମ ଦିବସ ଶୁକ୍ରବାର ରହିଥିଲା । ସେପ୍ଟେମ୍ବର ୨୧ରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ହେବ ଏବଂ ୨୨ ତାରିଖରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଫେରାଇ ନେଇପାରିବେ ।

Leave A Reply

Your email address will not be published.