ତିରୁପତି: ସୋମବାର ରାତିରେ ଆନ୍ଧ୍ରପ୍ରଦେଶର ତିରୁପତିରେ ଅକ୍ସିଜେନ୍ ଅଭାବରୁ ୧୧ ଜଣ ରୋଗୀ ଆଖି ବୁଜିଛନ୍ତି । ଖୋଦ୍ ଜିଲ୍ଲାପାଳ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ଜିଲ୍ଲପାଳ ଏମ୍. ହରି ନାରାୟଣ କହିଛନ୍ତି, ଅକ୍ସିଜେନ୍ ଅଭାବରୁ ୧୧ ଜଣଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ହସ୍ପିଟାଲରେ ଗୋଟିଏ ଟ୍ୟାଙ୍କର ରହିଛି ଆଉ ଗୋଟିଏ ଟ୍ୟାଙ୍କର ପହଞ୍ଚି ଯିବ । ଘଟଣାରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ତିରୁପତିର ଋଇୟା ହସ୍ପିଟାଲରେ କୋଭିଡ୍ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଉକ୍ତ ହସ୍ପିଟାଲରେ ଅନ୍ୟ ରୋଗୀଙ୍କ ଚିକିତ୍ସା ବି କରାଯାଉଛି । ଜିଲ୍ଲାପାଳ ୧୧ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଥିବା ବେଳେ ହସ୍ପିଟାଲ ଅଧୀକ୍ଷକଙ୍କ ଅନୁସାରେ ୯ ଜଣ କରୋନା ରୋଗୀ ଏବଂ ୩ ଜଣ ଅନ୍ୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଉ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି ।
ఆక్సిజన్ అందక తిరుపతి రుయా ఆస్పత్రిలో సంభవించిన మరణాలు ముమ్మాటికీ @ysjagan సర్కారు చేసిన హత్యలే. అత్యంత ఆధునిక సౌకర్యాలున్న రుయా ఆస్పత్రిలో ఆక్సిజన్ అయిపోయేంతవరకూ పట్టించుకోకపోవడం ప్రభుత్వ పనితీరుకి అద్దం పడుతోంది. పది మందికి పైగా మృతిచెందారని తెలిసి షాక్ కి గురయ్యాను.(1/3) pic.twitter.com/BkOFshw9aa
— Lokesh Nara (@naralokesh) May 10, 2021
ଘଟଣା ପରେ ଚିତୁର ଜିଲ୍ଲାପାଳ ହରି ନାରାୟଣ ଏବଂ ମହାନଗର ନିଗମ କମିଶନର ହସ୍ପିଟାସ୍ ପରିଦର୍ଶନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଅଧୀକ୍ଷକଙ୍କ ସହ ଫୋନରେ କଥା ହୋଇ ସ୍ଥିତି ବିଷୟରେ ଅବଗତ ହୋଇଛନ୍ତି । ସୂଚନା ଅନୁସାରେ, ହସ୍ପିଟାଲକୁ ଆସୁଥିବା ଅକ୍ସିଜେନ୍ ଟ୍ୟାଙ୍କର ପହଞ୍ଚି ପାରି ନଥିଲା । ଫଳରେ ଅକ୍ସିଜେନ୍ ଅଭାବ ଦେଖା ଦେଇଥିଲା । ଭେଣ୍ଟିଲେଟରରେ ୧୩୫ ଜଣ ରୋଗୀ ଥିଲେ । ଏବେ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
Comments are closed.