ମାଲକାନଗିରି: ଉପାନ୍ତ ଅଞ୍ଚଳରେ ଝାଡାବାନ୍ତି ଖବର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଆଉ ଏକ ରୋଗ ବ୍ୟାପିଥିବା କୁହାଯାଉଛି। ଯେଉଁଥିପାଇଁ ସପ୍ତାହକରେ ୧୧ ଜଣଙ୍କ ପ୍ରାଣ ଯାଇଥିବା ସୂଚନା ରହିଛି। ସ୍ଥିତି ଦେଖି ଜିଲ୍ଲା ପ୍ରଶାସନିକ ଅଧିକାରୀ ସକ୍ରିୟ ହୋଇଛନ୍ତି କିନ୍ତୁ ରୋଗ ଚିହ୍ନଟ ହୋଇନଥିବାରୁ ତାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ମାଲକାନଗିରି ମାଥିଲିରେ ଅଜଣା ରୋଗ ୧୧ ଜଣଙ୍କ ଜୀବନ ନେଇଛି। ଜିଲ୍ଲାର ହଳଦୀକୁଣ୍ତ , ଟକେଲଗୁଡା , ବାମନଗୁଡା ଗାଁରେ ଏହି ଅଜଣା ରୋଗ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ୧୧ ଗ୍ରାମବାସୀଙ୍କର ଏହି ଅଜଣା ରୋଗରେ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା କେଉଁ କାରଣ ପାଇଁ ଲୋକେ ପ୍ରାଣ ହରାଉଛନ୍ତି ତାହା ଜଣାପଡିନି। ତେଣୁ ଲୋକେ ଏବେ ଅନ୍ଧବିଶ୍ୱାସର ଅନ୍ଧଗଳିକୁ ଭରସା କରିଥିବା ସୂଚନା ରହିଛି। ତେଣୁ ଗୁଣିଗାରେଡି କରୁଥିବା ବ୍ୟକ୍ତିଙ୍କ ପାଖକୁ ଯାଇ ଝଡ଼ାଫୁଙ୍କା କରୁଥିବା ସୂଚନା ରହିଛି। ତେବେ ସ୍ଥିତି ଅଣାୟତ ହୋଇପାରେ ଦେଖି ମେଡିକାଲ ଟିମ୍ ମାଥିଲିରେ ପହଞ୍ଚିଥିବା କୁହାଯାଉଛି। ଆକ୍ରାନ୍ତଙ୍କୁ ବୁଝାଇ ସୁଝାଇ ସ୍ଥାନୀୟ ହସ୍ପିଟାଲକୁ ଆଣିବାକୁ ଡାକ୍ତରୀ ଟିମ୍ ପ୍ରୟାସ କରୁଥିବା ସୂଚନା ରହିଛି।
Comments are closed.