Latest Odisha News

କରାଚି ସପିଂ ମଲ୍ ରେ ଅଗ୍ନିକାଣ୍ଡ, ୧୧ ମୃତ, ଅନେକ ଆହତ

କରାଚି: ପାକିସ୍ତାନ କରାଚିର ରସିଦ ମିନହସ ରୋଡରେ ଥିବା ଏକ ବହୁ ମହଲା ବିଶିଷ୍ଟ ସପିଂ ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୨ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କରାଚି ମେୟର ମୁର୍ତଜା ୱାହାବ ‘ଏକ୍ସ’ ମାଧ୍ୟମରେ ଏହି ଅଗ୍ନିକାଣ୍ଡ ଏବଂ ମୃତାହତଙ୍କ ବିଷୟରେ ସୂଚନା ଦେଇଛନ୍ତି । ଅଗ୍ନିଶମବାହିନୀର ଅଧିକାରୀଙ୍କ ସୂଚନା ମୁତାବକ, ସହରର ବ୍ୟସ୍ତବହୁଳ ରାସ୍ତାରେ ଥିବା ଆରଜେ ସପିଂ ମଲ ରେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଆଖିପିଛୁଳାକେ ସମଗ୍ର ମଲକୁ ବ୍ୟାପି ଯାଇଥିଲା ।

ତେବେ ମଲ୍ ଭିତରେ ଫସି ରହିଥିବା ପ୍ରାୟ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବା ପାଇଁ ଦୁଇଟି ସ୍ନୋର୍କଲ, ଆଠ ଟି ଅଗ୍ନି ଟେଣ୍ଡର ଏବଂ ଗୋଟିଏ ବାଉଜର ନିୟୋଜିତ କରାଯାଇଛି । ଅଗ୍ନିକାଣ୍ଡରେ ଜଳିଯାଇଥିବା ଅନେକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

Comments are closed.