Latest Odisha News

BREAKING NEWS

୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ମୁମ୍ବାଇ, ୨୫।୧୧: ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ପଞ୍ଜାବ ବ୍ୟାଟ୍ସମ୍ୟାନ୍ ଉଦୟ ସାହାରନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆର ୧୫ ସଦସ୍ୟ ବିଶିଷ୍ଟ ଦଳର ନେତୃତ୍ୱ ନେବେ । ୧୯ ବର୍ଷୀୟ କ୍ରିକେଟର ସାହାରନ କିଛି ସମୟ ହେବ ଚୟନକର୍ତ୍ତାଙ୍କ ରାଡାରରେ ଥିଲେ ଏବଂ ଗତ ବର୍ଷ ୧୯ ବର୍ଷରୁ କମ୍ ବିଶ୍ୱକପ ସମୟରେ ଭାରତୀୟ ଖେଳାଳି କରୋନାରେ ଆକ୍ରାନ୍ତ ହେବା ପରେ ସେ ବ୍ୟାକଅପ୍ ଖେଳାଳି ଭାବରେ ଦଳରେ ସାମିଲ ହୋଇଥିଲେ । ଏସିଆ କପରେ ଭାରତ ଆଠ ଥର ଟାଇଟଲ ଜିତିଛି । ଏହି ଟୁର୍ନାମେଣ୍ଟରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଏବଂ ନେପାଳ ସହିତ ଗ୍ରୁପ୍ ହୋଇଛି । ଡିସେମ୍ବର ୮ରେ ଆଇସିସି ଏକାଡେମୀ ଓଭାଲ-୧ ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ସହିତ ଅଭିଯାନ ଆରମ୍ଭ କରିବେ । ଭାରତ ଡିସେମ୍ବର ୧୦ରେ ପାକିସ୍ତାନ ଏବଂ ଅନ୍ତିମ ଗ୍ରୁପ୍ ମ୍ୟାଚ ଡିସେମ୍ବର ୧୨ରେ ନେପାଳ ସହିତ ମୁହାଁମୁହିଁ ହେବ ।  ଡିସେମ୍ବର ୧୭ ରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଫାଇନାଲ ଖେଳାଯିବ ।

ଭାରତ ଦଳ: ଉଦୟ ସାହାରନ୍ (କ୍ୟାପଟେନ), ସୌମ୍ୟ କୁମାର ପାଣ୍ଡେ , ଅର୍ଶିନ କୁଲକର୍ଣ୍ଣି, ଆଦର୍ଶ ସିଂ, ରୁଦ୍ର ମୟୂର ପଟେଲ, ସଚିନ ଧାସ, ପ୍ରିୟନସୁ ମୋଲିୟା, ମୁଶେର ଖାନ, ଧନୁଷ ଗୌଡା, ଅବିନାଶ ରାଓ, ଏମ ଅଭିଷେକ, ଇନେଶ ମହାଜନ, ଆର‌୍ୟ୍ୟ ଶୁକ୍ଲା, ରାଜ ଲିମ୍ବାନୀ, ନମାନ ତିୱାରୀ।

Leave A Reply

Your email address will not be published.