କଳାହାଣ୍ତି: କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ୍ବାଇ୍.ବି ଖୁରାନିଆଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି । ଏହି ୧୧ ଜଣ ସଦସ୍ୟ ଥିବା ଗୋଷ୍ଠୀ କନ୍ଧମାଳ ଜିଲ୍ଲାର କଳାହାଣ୍ଡି ରାୟଗଡ଼ା ଡିଭିଜନ ପରିଚାଳନା କରୁଥିଲେ ।
୧୧ଜଣ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ବିଜିଏନ ଡିଭିଜନ ଏବେ ମାଓବାଦୀମୁକ୍ତ ହୋଇଛି । ନକୁଳ ମହାରାଷ୍ଟ୍ରର ମୂଳ ବାସିନ୍ଦା ଏବଂ ବାକି ୧୦ ଜଣ ଛତିଶଗଡ଼ର । ନକୁଳ, ସିପିଆଇ ମାଓବାଦୀଙ୍କ ଓଡ଼ିଶା ରାଜ୍ୟ କମିଟିର ଡିଭିଜନାଲ କମିଟି ସଦସ୍ୟ ଭାବରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ବହନ କରୁଛନ୍ତି। ୧୧ ଜଣ ସଦସ୍ୟ ଥିବା ମାଓବାଦୀଙ୍କ ପାଖରେ ୧ ଜଣ ଡିଭିଜନାଲକମିଟି ସଦସ୍ୟ, ୫ ଜଣ ଏରିଆ କମିଟି ସଦସ୍ୟ ଏବଂ ୫ ଜଣ ଦଳୀୟ ସଦସ୍ୟ ଅଛନ୍ତି। ସେମାନେ ଏକାଠି ତେଷଠି ଲକ୍ଷ ପଚିଶ ହଜାର ଟଙ୍କା ପୁରସ୍କାର ବହନ କରୁଛନ୍ତି।
ମାର୍ଚ୍ଚ ୩୧ ତାରିଖ ମାଓବାଦୀଙ୍କ ପାଇଁ ଆତ୍ମସମର୍ପଣର ଡେଡ୍ ଲାଇନ ଥିବାବେଳେ ଗତ ୬ ତାରିଖ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶା ଆସି ଫେରି ଯାଇଛନ୍ତି । ଯାହାଫଳରେ ପୋଲିସ ମାଓବାଦୀ ଅପରେଶନକୁ ଆହୁରି ଜୋରଦାର କରିଥିଲା ।
ରାଜ୍ୟରେ ଆହୁରି ୧୫ ଜଣ ମାଓବାଦୀ ରହିଥିବାବେଳେ ଆସନ୍ତା ୩୧ ସୁଦ୍ଧା ସେମାନେ ହିଂସାର ପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଡିଜିପି ଖୁରାନିଆ ଅପିଲ କରିଛନ୍ତି ।