Latest Odisha News

ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ୧୧ ସଦସ୍ୟ

ପୁରୀ: ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ୧୧ ସଦସ୍ୟ । ତଦାରଖ କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ୧୧ଜଣ ସଦସ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି । ଶ୍ରୀମନ୍ଦିର ପରିସରରେ ଏବେ ସଦସ୍ୟମାନେ ସବିଶେଷ ଆଲୋଚନା କରୁଥିବା ସୂଚନା ମିଳିଛି । ପ୍ରଥମେ ପତିତପାବନଙ୍କ ପାଖରେ ପୂଜାର୍ଚ୍ଚନ କରିବା ପରେ ତଦାରଖ ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ଟିମ୍ ସହ ମନ୍ଦିର ଭିତରକୁ ବଡ ବଡ ସିନ୍ଦୁକ ମଧ୍ୟ ପ୍ରବେଶ କରିଛି । ଏହାସହ କଟର୍ ମେସିନ୍ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛି ।

ତେବେ ଶ୍ରୀମନ୍ଦିର ଭିତରକୁ ଯାଇଥିବା ୧୧ ଜଣ ସଦସ୍ୟଙ୍କ ଭିତରେ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସଏସଆଇ ଅଧିକ୍ଷକ, ରତ୍ନଭଣ୍ଡାର ସବ୍‌ କମିଟିର ଜଣେ, ହାଇଲେବୁଲ କମିଟିର ୨ଜଣ ସଦସ୍ୟ, ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣ ।

ତେବେ ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ । ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାର୍ଯ୍ୟ ଆରମ୍ଭ ହେବ । ତେଣୁ ଆଜି ଗଣତି ହେବନି । କେବଳ ଭିତର ଓ ବାହାରର ଚାବି ଖୋଲାଯିବ । ଚାବି ଖୋଲାଯାଇ କେବଳ ସିଫ୍ଟିଂ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଦିନ ୧ଟା ୨୮ରେ ଚାବି ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ତାପୂର୍ବରୁ ଭଣ୍ଡାର ମାଳିକାଣୀଙ୍କ ଆଜ୍ଞା ନିଆଯିବ । ମା’ ବିମଳା ଓ ଲକ୍ଷ୍ମୀଙ୍କ ଅନୁମତି ନେଇ ଖୋଲାଯିବ ।

ଅନ୍ୟପଟେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ନେଈ ଏସଓପି ଆସିବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଉ କିଛି ସମୟ ପରେ ଖୋଲାଯିବ ରତ୍ନଭଣ୍ଡାର । ଏଥିପାଇଁ ଓ଼ଡ୍ରାଫ, ସ୍ନେକ ହେଲପ ଲାଇନ, ପୋଲିସ ପ୍ରଶାସନ, ରତ୍ନ ରଖିବା ପାଇଁ ସିନ୍ଦୁକ, ମେଟାଲ ଡିଟେକ୍ଟର, ଆଦି ପହଞ୍ଚିଥିବା ଦେଖିବାକୁ ମିଳିଛି। ତେବେ ଏସଓପି ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ପିନାକ ମିଶ୍ର।

 

Comments are closed.