Latest Odisha News

BREAKING NEWS

କଟକରେ ଆଉ ୧୧ ପଜିଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରୁ ଆଜି ପୁଣି ଆଉ ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ ୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩ ଜଣ ହୋମ୍ କ୍ୱାରେଂଟିନ୍ ଓ ୨ଟି ଲୋକାଲ କେସ୍ ରହିଛି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ କଟକ ବକ୍ସି ବଜାର ଗହ୍ମାଣ୍ଡିଆ ନ୍ୟୁ କଲୋନୀରୁ ଜଣେ ୫୫ ବର୍ଷୀୟ ମହିଳା ଓ ଜୋବ୍ରା ପରେଶ୍ୱର ସାହିରୁ ଜଣେ ୨୮ ବର୍ଷୀୟ ଯୁବକ ଅଛନ୍ତି ।

ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୮୮ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୧୩୯ ଜଣ ଚିକିତ୍ସାଧୀନ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.