Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: କଙ୍ଗନା କହିଲେ, ରହସ୍ୟ ଉପରୁ ପରଦା ନଉଠିଲେ ଫେରାଇବେ ପଦ୍ମଶ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ଜାରି ରହିଛି ସସ୍‌ପେନ୍ଦ । ଏହାରି ଭିତରେ ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କ ଆସିଛି ବଡ ବୟାନ । ବଲିଉଡରେ ପରିବାର ବାଦ୍ ଚାଲିଥିବା ନେଇ ଯଦି ପ୍ରମାଣ ନମିଳେ ତେବେ ପଦ୍ମଶ୍ରୀ ଫେରାଇ ଦେବେ ବୋଲି କଙ୍ଗନା କଡା ଚେତାବନୀ ଦେଇଛନ୍ତି ।

ସୁଶାନ୍ତ ସିଂ ରାଜପୂତଙ୍କ ଘରୁ ଝୁଲନ୍ତା ମୃତଦେହ ମିଳିବା ପରେ ଏହାକୁ ନେଇ ଗଣମାଧ୍ୟମରେ ଖୋଲାଖୋଲି ମତ ରଖିଥିଲେ କଙ୍ଗନା । ନେପୋଟିଜିମ୍ ବା ପରିବାର ବାଦକୁ ଏଥିପାଇଁ ସେ ସିଧାସଳଖ ଦାୟୀ କରିଥିଲେ । ତେବେ ମୁମ୍ୱାଇ ପୋଲିସ ଏହି ଘଟଣାରେ କଙ୍ଗନା ରଣାୱତଙ୍କ ବୟାନ୍ ରେକର୍ଡ କରିବାକୁ ନୋଟିସ୍ କରିଥିବା ସୂଚନା ମିଳିଛି।

କେବଳ କଙ୍ଗନା ନୁହଁନ୍ତି ବଲିଉଡ କଳାକାର ଶେଖର କପୁର, ରଣବୀର ସୁରୀ, ମନୋଜ ବାଜପାୟୀ ମଧ୍ୟ ନେପୋଟିଜମ୍ ନେଇ ମୁହଁ ଖୋଲିଥିଲେ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ଏବେ ବି ପରଦା ହଟିନି । ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ନିର୍ଭୟା ମାମଲାର ଓକିଲ ସୀମା ସମୃଦ୍ଧି । ଏନେଇ ସିବିଆଇ ତଦନ୍ତ ପାଇଁ ସୀମା ସମୃଦ୍ଧି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ।

Leave A Reply

Your email address will not be published.