Latest Odisha News

BREAKING NEWS

Women Mountaineers: ୨୦,୧୦୦ ଫୁଟ ଉଚ୍ଚରେ ତ୍ରିରଙ୍ଗା, ମାଉଣ୍ଟ ୟୁନାମ ଚଢ଼ି ଇତିହାସ ରଚିଲେ ଓଡ଼ିଶାର ୧୧ ଯୁବତୀ

ଭୁବନେଶ୍ବର: ଓଡ଼ିଶାର ଯୁବ ମାଉଣ୍ଟେନିୟରମାନେ ଦୁଃସାହସିକ ପର୍ବତାରୋହଣରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ୧୧ ଜଣ ଯୁବତୀଙ୍କ ଏକ ଦଳ ମାଉଣ୍ଟ ୟୁନାମ ଅଭିଯାନରେ ସାମିଲ ହୋଇଥିବା ବେଳେ ୫ ଜଣ ସଫଳତାର ସହ ୨୦,୧୦୦ ଫୁଟ ଉଚ୍ଚତାରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇଛନ୍ତି।

‘ଆଶା’ ଓ ‘ସଙ୍କେତ’ର ମିଳିତ ପଦକ୍ଷେପରେ ଏହି ପର୍ବତାରୋହଣ ଅଭିଯାନ ଆୟୋଜିତ ହୋଇଥିଲା। ଓଡ଼ିଶାର ଯୁବପିଢ଼ିଙ୍କ ସାହସ, ଦୃଢ଼ ମନୋବଳ ଓ ଦୁଃସାହସିକ କ୍ରୀଡ଼ା ପ୍ରତି ଆଗ୍ରହକୁ ପ୍ରୋତ୍ସାହିତ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ତେବେ ଅଭିଯାନ ଆରମ୍ଭ କରିଥିବା ୧୧ ଜଣଙ୍କ ମଧ୍ୟରୁ ପାଣିପାଗ ଖରାପ ଓ ପର୍ବତର କଠିନ ପରିସ୍ଥିତି ଯୋଗୁଁ କେବଳ ୫ ଜଣ ଶିଖରରେ ପହଞ୍ଚି ପାରିଥିଲେ। ସ୍ୱାଧୀନତା ଦିବସରେ ୨୦,୧୦୦ ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡ଼ାଇ ସେମାନେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

ଏହି ସଫଳତା ପାଇଁ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମାଉଣ୍ଟେନିୟରମାନଙ୍କୁ ନିଜ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ସେ ଯୁବତୀମାନଙ୍କ ସାହସ, ଦୃଢ଼ତା ଓ ଅଦମ୍ୟ ମନୋବଳକୁ ପ୍ରଶଂସା କରିବା ସହ ଭବିଷ୍ୟତ ଅଭିଯାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଏବେ ଏହି ଦଳର ଆଗାମୀ ଲକ୍ଷ୍ୟ ଆହୁରି ବଡ଼। ଓଡ଼ିଶାର ଦୁଇ ଜଣ ଯୁବ ମାଉଣ୍ଟେନିୟରଙ୍କୁ ମାଉଣ୍ଟ ଏଭରେଷ୍ଟ ଅଭିଯାନରେ ସାମିଲ କରିବାକୁ ଯୋଜନା ରହିଛି। ମାଉଣ୍ଟ ୟୁନାମରେ ୨୦,୧୦୦ ଫୁଟ ଉପରେ ତ୍ରିରଙ୍ଗା ଉଡ଼ାଇ ଏହି ଯୁବତୀମାନେ ପ୍ରମାଣ କରିଛନ୍ତି, ସାହସ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଚ୍ୟାଲେଞ୍ଜ କେତେ ବଡ଼ ହେଲେ ବି ତାହାକୁ ଜିତିହେବ।

Leave A Reply

Your email address will not be published.