Latest Odisha News

ଦୁର୍ଭିକ୍ଷରେ ମୃତ୍ୟୁ ସଂଖ୍ୟା କରୋନା ତୁଳନାରେ ଅଧିକ: ରିପୋର୍ଟ

କାଇରୋ: ସମଗ୍ର ବିଶ୍ବରେ ଆଜି ବି ଦାରିଦ୍ର୍ୟର ଶିକାର ହେଉଛନ୍ତି ଲୋକେ। ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଅଭାବ ଯୋଗୁ ଭୋକରେ ମୃତ୍ୟୁବରଣ କରୁଛନ୍ତି। ଏ ନେଇ ଦାରିଦ୍ର୍ୟ ବିରୋଧୀ ସଂଗଠନ ଅକ୍ସଫାମ ଏକ ତଥ୍ୟ ପ୍ରକାଶ କରିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରତି ମିନିଟରେ ୧୧ ଜଣ ଲୋକ ଭୋକରେ ପ୍ରାଣ ହରାଉଛନ୍ତି। ଗତ ବର୍ଷ ତୁଳନାରେ ସାରା ବିଶ୍ୱରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସାମ୍ନାକୁ ଆସିଛି।

“ଦି ହଙ୍ଗର ଭାଇରସ୍ ମଲ୍ଟିପ୍ଲେସ୍” ଶୀର୍ଷକ ଏକ ରିପୋର୍ଟରେ ଅକ୍ସଫାମ ଗୁରୁବାର କହିଛି ଯେ ଦୁର୍ଭିକ୍ଷରେ ମୃତ୍ୟୁ ସଂଖ୍ୟା କରୋନା ତୁଳନାରେ ଅଧିକ। ଯାହା ପ୍ରତି ମିନିଟରେ ପ୍ରାୟ ସାତ ଜଣଙ୍କ ମୃତ୍ୟୁ ଘଟାଇଥାଏ।

Comments are closed.