Latest Odisha News

BREAKING NEWS

ଏହି ବିଶ୍ୱବିଦ୍ୟାଳୟର ୧୧ ଛାତ୍ର କରୋନା ପଜିଟିଭ

ସମ୍ବଲପୁର: ଶୁକ୍ରବାର ଦିନ ଓଡ଼ିଶାର ସମ୍ବଲପୁର ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (SUIIT) ରୁ ୧୧ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ଏ ନେଇ (SUIIT)ର କୁଳପତି କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ୧୧ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିଛି ଏବଂ ସମସ୍ତଙ୍କୁ ପୃଥକ ପୃଥକ ଭାବରେ ରଖାଯାଇଛି।

ସୂଚନା ଅନୁଯାୟୀ, ଅନୁଷ୍ଠାନକୁ ସାନିଟାଇଜ୍‌ କରାଯିବା ସହ ସମସ୍ତ ସତର୍କତା ଅବଲମ୍ବନ କରାଯାଇଛି। ଏହାସହ କ୍ୟାମ୍ପସରେ ଭୂତାଣୁ ବିସ୍ତାରକୁ ଯାଞ୍ଚ କରିବା ପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି।

Comments are closed.