Latest Odisha News

BREAKING NEWS

୧୧ ଦଫା ଦାବି ନେଇ ଗର୍ଜିଲେ ବିଚ୍ଛିନ୍ନାଞ୍ଚଳବାସୀ, ସରକାରଙ୍କ ବିରୋଧରେ ନାରାବାଜି

କୋରୁକୋଣ୍ଡା: ଆଜି ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଅଧିବାସୀ । ସେମାନେ ସରକାରଙ୍କ ସାମ୍ନାରେ ୧୧ ଦଫା ଦାବି ରଖିଛନ୍ତି । ଅଙ୍ଗୁରଗୁଡା, ଅମ୍ବିଲିବେଡା, ସାନ୍ଅମ୍ବିଲିବେଡା, ଟିକରପଡା, ଖଜୁରୀଗୁଡା, ଗଙ୍ଗାପଡା, ଜଲାଗୁଡା, ବାଟାଗୁଡା ଭଳି ଅନେକ ଗାଁର ଶହ ଶହ ଲୋକ ନାରିଙ୍ଗିଝୋଲା ଗାଁରେ ଏକାଠି ହୋଇ ସରକାର ଓ ପ୍ରଶାସନର ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି ।

୧୧ ଦଫା ଦାବି ମଧ୍ୟରୁ ମୁଖ୍ୟ ଦାବି ହେଉଛି ମୁଦୁଲି ଗୁଡା ଓ ବାୟାପଡା ଗାଁରେ ପଞ୍ଚାୟତ ଅଫିସ, ବିଦ୍ୟାଳୟ ଓ ହଷ୍ଟେଲ ଖୋଲିବା ଏହାସହ ମେଡିକାଲ ଏବଂ ଅଙ୍ଗନବାଡି ଖୋଲିବା । ଏଥିସହ ବିଭିନ୍ନ ଗାଁକୁ ପକ୍କା ରାସ୍ତା କରିବାକୁ ସେମାନଙ୍କ ମୁଖ୍ୟ ଦାବି ରହିଛି ।

ଦୀର୍ଘ ୧୦ ବର୍ଷ ହେବ ବାରମ୍ବାର ଏନେଇ ସରକାର ଓ ଜିଲ୍ଲା ପ୍ରଶାସନ ପାଖରେ ଗୁହାରି କରିଛନ୍ତି । କିନ୍ତୁ କିଛି ଲାଭ ହୋଇନାହିଁ ବୋଲି ଆଜି ପୁଣିଥରେ ଶହ ଶହ ଗ୍ରାମବାସୀ ଏକାଠି ହୋଇଥିବା କହିଛନ୍ତି । ଗ୍ରାମବାସୀଙ୍କ ଦାବି ପୁରଣ ନହେଲେ ପ୍ରାୟ ୨୫ ଖଣ୍ଡ ଗାଁର ଶହ ଶହ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ରାଜରାସ୍ତାକୁ ଅବରୋଧ କରିବେ ବୋଲି ଧମକ ଦେଇଛନ୍ତି ।

Leave A Reply

Your email address will not be published.