Latest Odisha News

ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କଲେ ୧୧ ବର୍ଷର ବାଳକ

କାମାକ୍ଷାନଗର : ବୟସ ସିନା କମ୍ କିନ୍ତୁ ମୁଣ୍ଡରେ ଅନେକ ଇନଭେଟିଭ୍ ଆଇଡ଼ିଆ । ପକ୍ଷାଘାତ ରୋଗୀଙ୍କ ବ୍ରେନ କଣ୍ଟ୍ରୋଲ ପାଇଁ ନିଓ ଡିଭାଇସ ସହ ପକେଟ ସିପିୟୁ ଉଦ୍ଭାବନ କରି ଚର୍ଚ୍ଚାରେ ୧୧ ବର୍ଷର ବାଳକ ପ୍ରତୀକ । ପ୍ରତୀକ ତାଳଚେର ଥର୍ମାଲ ସ୍ଥିତ ଡିଏଭି (DAV) ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର । ଛୋଟ ବେଳରୁ ବାପାଙ୍କ ପ୍ରୋଜେକ୍ଟ ଗୁଡିକ ଦେଖିବା ସହିତ ଶିଖିବାର ଯେଉଁ ନିଶା ତାଙ୍କୁ ଆଜି ଜଣେ କୁନି ବୈଜ୍ଞାନିକ ଭାବେ ଗଢି ତୋଳିବାରେ ବେଶ ସହାୟକ ହୋଇଛି ।

ପ୍ରତୀକଙ୍କ ବାପା ମା’ ଢେଙ୍କାନାଳର ସରାଙ୍ଗ ଆଇଜିଆଇଟି (IGIT) ସ୍ଥିତ କଲେଜ କ୍ୟାମ୍ପସରେ ରୁହନ୍ତି  । ପ୍ରଫେସର ଶ୍ରୀନିବାସ ପୁଅର ରୁଚିକୁ ନେଇ ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ସମସ୍ତ ସରଞ୍ଜାମ ମଧ୍ୟ ଯୋଗାଇ ଦିଅନ୍ତି । ତେବେ ଆଜିର ସମାଜରେ ପକ୍ଷାଘାତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରତୀକଙ୍କ ଏହି ନିୟୁ ଡିଭାଇସ ସେମାନଙ୍କ ପାଇଁ ବେଶ ସହାୟକ ହେବ ।

ପ୍ରତୀକଙ୍କ ନିଓ ଡିଭାଇସରେ ରହିଛି ଅତ୍ୟାଧୁନିକ ସେନ୍ସର ସିଷ୍ଟମ । ଯାହା ଆପଣ ମାନେ ହୁଇଲ ଚେୟାରରେ ବ୍ୟବହୃତ କରିପାରିବେ । ଏହା ସାହାଯ୍ୟରେ ରୋଗୀର ବ୍ରେନକୁ ଅତ୍ୟାଧୁନିକ ସିଷ୍ଟମ କଣ୍ଟ୍ରୋଲ କରି ପାରିବ । ଯାହା ସାହାଯ୍ୟରେ ରୋଗୀଟି ନିଜ ମନ ଚାହୁଁଥିବା କାର୍ଯ୍ୟକୁ କରିପାରିବ । ଏବଂ ସେ ରୋଗୀଟି କେତେ ଟ୍ରେସରେ ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିବ । ଏହି ଡିଭାଇସ ନିର୍ମାଣ ପାଇଁ ତାଙ୍କୁ ୨ରୁ ୩ ମାସ ସମୟ ଲାଗିଛି ।ଏଥିପାଇଁ ପ୍ରାୟ ୨୫ ହଜାର ଟଙ୍କା ବ୍ୟୟ ହୋଇଥିବା ପ୍ରତୀକ ସୂଚନା ଦେଇଛନ୍ତି । ଆଗାମୀ ସମୟରେ ଏହି ପ୍ରୋଜେକ୍ଟକୁ ସେ ଯାନବାହନ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଆଶା ରଖିଛନ୍ତି ।

ସେହିପରି ଅନ୍ୟ ଏକ ପକେଟ ସିପିୟୁ (CPU) ଉଦ୍ଭାବନ କରିଛନ୍ତି ଯାହା ସାହାଯ୍ୟ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ସହଜ ହୋଇପାରିବ । ଦିଆସିଲ ଖୋଳ ପରି ଏକ ମିନି ସିପିୟୁ ସିଷ୍ଟମ ଆପଣ ମାନେ ଟିଭି ଓ ମନିଟର ସାହାଯ୍ୟରେ ସଂଯୋଗ କରି ପାରିବେ । ଅର୍ଥାତ ଆପଣଙ୍କ ଟିଭିକୁ ଆପଣ କମ୍ପ୍ୟୁଟର ଭଳି ବ୍ୟବହାର ମଧ୍ୟ କରିପାରିବେ । ଏହି ଛୋଟ ସିପିୟୁ ସିଷ୍ଟମକୁ ନେଇ ସମସ୍ତେ  ଖୁସି ବ୍ୟକ୍ତ କରିଛନ୍ତି  ।୧୧ ବର୍ଷର ବାଳକଙ୍କର ଏହି ଉଦ୍ଭାବନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।

Comments are closed.