Latest Odisha News

ଅନୁଗୁଳ ଅବକାରୀ ବିଭାଗକୁ ବଡ ସଫଳତା, ଜବତ ହେଲା ୧୧୦ ଗ୍ରାମ ବ୍ରାଉନସୁଗାର

ଅନୁଗୁଳ: ରାଜ୍ୟରେ ଥମୁନି ବ୍ରାଉନ ସୁଗାର ବେପାର । ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି । ମାତ୍ର ଏଥିରେ ମଧ୍ୟ ଅଭିଯୁକ୍ତ ତଥା ବ୍ରାଉନ ସୁଗାର ବେପାରର ମାଷ୍ଟରମାଇଣ୍ଡ ନଡରି ପୁଣି କେଉଁଠି ନା କେଉଁଠି ବେପାର ଆରମ୍ଭ କରିଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳରୁ ୧୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ନାଲକୋ ନଗର ଥାନା କୁକୁଡାଙ୍ଗ ଗାଁର ସରୋଜ ପ୍ରଧାନ ନାମକ ଜଣେ ବ୍ୟକ୍ତି ବ୍ରାଉନସୁଗାର ଧରି ଗ୍ରାହକ ଅପେକ୍ଷାରେ ଥିଲାବେଳେ ପୁର୍ବରୁ ଖବର ପାଇ ସେହି ସ୍ଥାନରେ ଛକି ବସିଥିବା ଅବକାରୀ ବିଭାଗର ଟିମ୍ ସରୋଜଙ୍କୁ ମାଡି ବାସିଥିଲା । ଯାଞ୍ଚ ବେଳେ ଅଭିଯୁକ୍ତ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ହେବ ଓ ସରୋଜକୁ ପଚରାଉଚରା କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.