Latest Odisha News

ସନାତନ ଧର୍ମ ପରେ ବିଜେପିକୁ ଟାର୍ଗେଟ କଲେ ଉଦୟନିଧି: ଦଳକୁ କହିଲେ ‘ବିଷଧର ସାପ’

ନୂଆଦିଲ୍ଲୀ:ତାମିଲନାଡୁ କ୍ରୀଡା ମନ୍ତ୍ରୀ ତଥା ଏଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସନାତନ ଧର୍ମ ପରେ ଏବେ ବିଜେପିକୁ କରିଛନ୍ତି ଟାର୍ଗେଟ କଲେ ଉଦୟନିଧି । ବିଜେପିକୁ  ବିଷଧର ସାପ ସହ ତୁଳନା କରି ଉଦୟନାଥ କହିଛନ୍ତି, ଦଳକୁ ତାମିଲନାଡୁରୁ ବାହାର କରିବା ଆବଶ୍ୟକ  । ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେବା ପରେ ବିଜେପିକୁ ଏପରି ଆକ୍ଷେପ କରିବା ପରେ ଆରମ୍ଭ ହୋଇଯାଇଛି ବୟାନବାଜି ।

ଉଦୟନିଧି କୁଡ୍ଡାଲୋର ଜିଲ୍ଲାରେ ଏକ  ପାରିବାରିକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରେ ଲୋକଙ୍କୁ ସମ୍ବର୍ଦ୍ଧିତ କରି ଉଦୟନିଧି ଖାଲି ବିଜେପି ଉପରେ ବର୍ଷି ନ ଥିଲେ, ସହଯୋଗୀ ଦଳ ଏଆଇଏଡିଏମକେ ଉପରେ ମଧ୍ୟ ବର୍ଷିଥିଲେ ।  ଉଦୟନିଧି ଏଆଇଏଡିଏମକେର ତୁଳନା ଅଳିଆ ଗଦା ସହ ତୁଳନା କରିଥିଲେ  ।

ସେ କହିଥିଲେ, ଏଆଇଏଡିଏମକେ ଏମିତି ଏକ ଅଳିଆ ଗଦା ଯାହା ସାପକୁ ଆଶ୍ରୟ ଦେଇଥାଏ । ସେ କହିଥିଲେ, ରାଜ୍ୟର ଏହି ଅଳିଆକୁ ସଫା କରିବାକୁ ପଡିବ ।

ସେ କହିଥିଲେ, ଅଳିଆ ଗଦାରେ ଥିବା ସାପ ଆମର ଘର ଭିତରକୁ ପଶି ଆସିଥାଏ । ଆମକୁ ସାପକୁ ମାରିବାକୁ ହେଲେ  ପ୍ରଥମେ ସୁନିଶ୍ଚିତ କରିବାକୁ ପଡିବ ଯେ, ଅଳିଆ ଯେମିତି ରହିବ ନାହିଁ । ସେଥିପାଇଁ ଜନତା ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ଯେମିତି ରାଜ୍ୟରେ ଏଆଇଏଡିଏମକେ ଏବଂ ବିଜେପି ପଶି ପାରିବ ନାହିଁ । ସେ ଆହୁରି କହିଥିଲେ, ୨୦୨୧ ବିଧାନସଭା ନିର୍ବାଚନରେ ଆମେ ଚାକରଙ୍କର ପ୍ୟାକିଂ କରିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ସେମାନଙ୍କୁ ତାଙ୍କ ମାଲିକଙ୍କ ଘରେ ପହଞ୍ଚାଇ ଦେବା ଦରକାର ।

ଏଠି କହିରଖିବୁ, ସନାତନ ଧର୍ମକୁ ଉଦୟନିଧି ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିବା ପରେ ବିଜେପି ଏହାର କଡା ଜବାବ ଦେଇଥିଲା । ହେଲେ ଉଦୟନିଧି ବିଜେପିକୁ ଏକ ଫଟୋ ଜରିଆରେ ଏହାର ଉତ୍ତର ଦେଇଛି । ଉଦୟନିଧି ଏକ୍ସରେ ଏକ ମଶା ଅଗରବତିର ଫଟୋ ପୋଷ୍ଟ କରିଛନ୍ତି ।

ଉଦୟ ନିଧି କହିଛନ୍ତି, କିଛି ଜିନିଷକୁ ବିରୋଧ କରାଯାଏନି ବରଂ ଏହାକୁ ଶେଷ କରି ଦିଆଯାଏ । ଠିକ ସେମିତି ସନାତନ ଧର୍ମକୁ ବି ଶେଷ କରିବାକୁ ପଡିବ ।

Leave A Reply

Your email address will not be published.