Latest Odisha News

BREAKING NEWS

ଗାଲାଣ୍ଟ୍ରି ଆଓ୍ବାର୍ଡ: ଗଣତନ୍ତ୍ର ଦିବସରେ ୧୧୩୨ ଜଣଙ୍କୁ ପୁରସ୍କାର, ଓଡିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ/ଭୁବନେଶ୍ବର: ଆସନ୍ତାକାଲି ୭୫ ତମ ଗଣତନ୍ତ୍ର ଦିବସ ପାଳନ କରିବ ଦେଶ । ଏହି ଅବସରରେ ଜାତୀୟ ସାହସିକତା ଏବଂ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ ପୋଲିସକର୍ମୀ, ଅଗ୍ନିଶମ ସେବା, ହୋମଗାର୍ଡ, ନାଗିରକ ସୁରକ୍ଷା ଏବଂ ସୁଧାର ସେବା ବିଭାଗରେ ଦେଶରେ ମୋଟ ୧୧୩୨ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବାନେଇ ସୂଚନା ରହିଛି । ଏହି ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ପ୍ରଦାନ କରାଯିବ ।

ଗଣତନ୍ତ୍ର ଦିବସରେ ବିରତ୍ବ ସମ୍ମାନ (ପିଜିଏମ୍)ରେ ୨ ଜଣଙ୍କୁ ରାଷ୍ଟ୍ରପତି ବୀରତ୍ବ ପୁରସ୍କାର ପ୍ରଦାନ କରାଯିବ ଓ ୨୭୫ ଜଣଙ୍କୁ ବିରତ୍ବ ପୁରସ୍କାର (ଜିଏମ୍) ରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରେ ସର୍ବାଧିକ ୧୧୯ ଯବାନ ମାଓବାଦୀ ଓ ନକ୍ସଲବାଦ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି । ଏହାବ୍ୟତୀତ ୧୩୩ କର୍ମୀ ଜାମ୍ମୁ-କାଶ୍ମୀର କ୍ଷେତ୍ରରେ ମୁତୟନ ଅଛନ୍ତି । ସେହିପରି ଅନ୍ୟକ୍ଷେତ୍ରରେ ନିୟୋଜିତ ହୋଇଥିବା ୨୫ କର୍ମୀଙ୍କୁ ବୀରତ୍ବ ସମ୍ମାନ ଦିଆଯିବ ।

୨୭୫ ଗାଲାଣ୍ଟ୍ରି ଆଓ୍ବାର୍ଡ ମଧ୍ୟରୁ ସବୁଠୁ ଅଧିକ ୭୨ ଜଣ ଜମ୍ମୁ କଶ୍ମିର ପୋଲିସ କର୍ମଚାରୀ, ମହାରାଷ୍ଟ୍ରର ୧୮ ଜଣ, ଛତିଶଗଡର ୨୬ ଜଣ, ଝାଡଖଣ୍ଡର ୨୩ ଜଣ, ଓଡିଶାରୁ ୧୫ ଜଣ, ଦିଲ୍ଲୀରୁ ୮ ଜଣ, ସିଆରପିଏଫର ୬୫ ଜଣ, ଏସଏସବି-ସିଏପିଓଫ ଓ ଅନ୍ୟାନ୍ୟ ରାଜ୍ୟ ଏବଂ କ୍ରେନ୍ଦ୍ର ଶାସିତ ଅଞ୍ଚଳର ୨୧ ଜଣଙ୍କୁ ବୀରତ୍ବ ପୁରସ୍କାରରେ ସମ୍ମାନୀତ କରାଯିବ ।

ସେହିପରି ୧୦୨ ଜଣଙ୍କୁ ଶ୍ରେଷ୍ଠ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେଥି ମଧ୍ୟରୁ ପୋଲିସ ସେବା ପାଇଁ ୯ଜଣଙ୍କୁ, ଅଗ୍ନିଶମ ସେବା ପାଇଁ ୪ ଜଣଙ୍କୁ , ସିଭିଲ ଡିଫେନ୍ସ ଏବଂ ହୋମ ଗାର୍ଡ ସେବା ପାଇଁ ୪ ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ୨ ଜଣ ଓଡିଶାର ରହିଛନ୍ତି । ସେମାନେ ହେଉଛନ୍ତି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ । ସେହପରି ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ସମ୍ମାନଜନକ ସେବା ପାଇଁ ୭୫୩ ଜଣଙ୍କୁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରୁ ୬୬୭ ଜଣ ପୋଲିସ ବିଭାଗର, ୩୨ ଜଣ ଅଗ୍ନିଶମ ବିଭାଗ, ୨୭ ଜଣ ନାଗରିକ ସୁରକ୍ଷା ଓ ହୋମଗାର୍ଡ ବିଭାଗରୁ ରହିଛନ୍ତି ।

Leave A Reply

Your email address will not be published.