Latest Odisha News

BREAKING NEWS

Bhitarkanika National Park:ଭିତରକନିକାରେ ଶେଷ ହେଲା କୁମ୍ଭୀର ବସା ଗଣନା;ଚିହ୍ନଟ ହେଲା ୧୧୭ ବସା

ରାଜନଗର:ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ବସା ଗଣନା କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଚଳିତବର୍ଷ ୧୧୭ ଟି କୁମ୍ଭୀର ବସା ଗଣନା କରାଯାଇଛି । କନିକା ରେଞ୍ଜରେ ସର୍ବାଧିକ ୧୦୬ଟି ବସା,ରାଜନଗର ରେଞ୍ଜରେ ୧୦ଟି ଓ ମହାକାଳପଡା ରେଞ୍ଜରେ ଗୋଟିଏ ବସା ଚିହ୍ନଟ କରାଯାଇଛି ।

ବଉଳା କୁମ୍ଭୀରଙ୍କ ପ୍ରଜନନ ପରେ ମା କୁମ୍ଭୀର ଜୁଆର ମାଡୁ ନଥିବା ଉଚ୍ଚା ସ୍ଥାନ ଦେଖି ହେନ୍ତାଳ ଓ ଖରଖରୀ ପତ୍ରରେ ବସା ବାନ୍ଧି ଅଣ୍ଡା ଦେଇଥାଏ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ବସାକୁ ଜଗି ରହିଥାଏ ।

ବନ ବିଭାଗ କୁମ୍ଭୀର ବସାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ନଜରଦାରି ବ୍ୟବସ୍ଥା କରିଛନ୍ତି ।
ପ୍ରଜନନ ଋତୁରେ ସମ୍ବେଦନଶୀଳ ଅଞ୍ଚଳରେ ପର୍ଯ୍ୟଟକଙ୍କ ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଉଛି । ବନ ବିଭାଗ କହିଛି ଯେ ବନ୍ୟଜନ୍ତୁ ସଂରକ୍ଷଣ ଓ ପରିବେଶ ସନ୍ତୁଳନ ଦୃଷ୍ଟିରୁ ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.