Latest Odisha News

BREAKING NEWS

ଏହି ସହରରେ ଲାଗୁ ହେଲା ୫୭ ଘଣ୍ଟିଆ କରୋନା କର୍ଫ୍ୟୁ

ଅହମ୍ମଦାବାଦ: ବଢୁଥିବା କରୋନା ମାମଲାକୁ ରୋକିବା ପାଇଁ ଚଳିତ ମାସ ଆରମ୍ଭରୁ ଲାଗୁ ହେବ ୫୭ ଘଣ୍ଟାର ଦୀର୍ଘ ସାପ୍ତାହିକ କର୍ଫ୍ୟୁ।

ଗୁଜୁରାଟର ଅହମ୍ମଦାବାଦରେ ଶୁକ୍ରବାର ନଭେମ୍ବର ୨୦ ଠାରୁ ଏହି ରାତ୍ରି କର୍ଫ୍ୟୁ ଲାଗୁ ହେବା ନେଇ ସୂଚନା ମିଳିଛି। ନଭେମ୍ବର ୨୦ ରାତି ୯ ଟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇ ନଭେମ୍ବର ୨୩ ସୋମବାର ସକାଳ ୬ ଟାରେ ଶେଷ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କର୍ଫ୍ୟୁ” ସମୟରେ କେବଳ ଦୁଗ୍ଧ ଏବଂ ଔଷଧ ଦୋକାନ ଖୋଲା ରହିବ।

ଏଥିସହ ଅହମ୍ମଦାବାଦରେ ସୋମବାର ଠାରୁ ପ୍ରତିଦିନ ରାତି ୯ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.