Latest Odisha News

BREAKING NEWS

ଦେଶରେ ୯୦ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୯୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୮୮୨ ଜଣ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୪ ହଜାର ୩୬୬କୁ ବୃଦ୍ଧି ପାଇଛି ।

ଜୀବନ ନେଉଛି ମହାମାରୀ । ବଢୁଛି ଦୈନିକ ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ଆଉ ୫୮୪ ଆକ୍ରାନ୍ତ ଜୀବନ ନେଇଛି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୪୭% ।

ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଦେଶରେ ସୁସ୍ଥ ସଂଖ୍ୟା ୮୪ ଲକ୍ଷ ୨୮ ହଜାର ୪୧୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଆଉ ୪୪ ହଜାର ୮୦୭ ଜଣ ଆରୋଗ୍ୟ ଲାଭ କରିଛି । ଦେଶରେ ସୁସ୍ଥହାର ରହିଛି ୯୩.୬୦% । ୪ ଲକ୍ଷ ୪୩ ହଜାର ୭୯୪କୁ ହ୍ରାସ ପାଇଛି ।

Leave A Reply

Your email address will not be published.