Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୧୯୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ଜୀବନ ବି ନେଇଚାଲିଛି ଭୂତାଣୁ । ତେବେ ସଂକ୍ରମଣ ଭିତରେ ଚିନ୍ତା ବଢ଼ାଇଛି ହଟସ୍ପଟ ପାଲଟିଥିବା ଭୁବନେଶ୍ବର । ଏଠାରେ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ଆଉ ୧୧୯୬ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୯୪ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୧୧୯୬ । ତେବେ ଆଜି ଭୁବନେଶ୍ବରରୁ ସୁସ୍ଥ ହୋଇଛନ୍ତି ୮୫୮ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ୭୨ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୭୦ ଜଣ ଅଛନ୍ତି । ସେହିପରି ପଟିଆରୁ ୪୭, ଚନ୍ଦ୍ରଶେଖରପୁରରୁ ୩୬, ଡୁମୁଡୁମାରୁ ୩୦, ବଡ଼ଗଡ଼ରୁ ୨୯, ଝାରପଡ଼ାରୁ ୩୦, ଖଣ୍ଡଗିରିରୁ ୨୯, ସୁନ୍ଦରପଦାରୁ ୨୮, ପାତ୍ରପଡ଼ାରୁ ୨୫, ଲକ୍ଷ୍ମୀସାଗରରୁ ୨୭, ଶୈଳଶ୍ରୀବିହାରରୁ ୨୪, ୟୁନିଟ୍ – ୬ରୁ ୩୦, ରସୁଲଗଡ଼ରୁ ୨୨, ଟଙ୍କପାଣି ରୋଡରୁ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ବାକି ଅଞ୍ଚଳରୁ ମଧ୍ୟ କିଛି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୫୫ ହଜାର ୭୭୨ ଜଣ । ଏମାନଙ୍କ ମଧ୍ୟରୁ ୪୪ ହଜାର ୭୭୮ ଜଣ ସୁସ୍ଥ ହୋଇଥିବା ବେଳେ, ୨୮୪ ଜଣଙ୍କ ମୃତ୍ୟୁ ହେଲାଣି । ବାକି ୧୦ ହଜାର ୬୮୯ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.