Latest Odisha News

BREAKING NEWS

କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି । ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଶ୍ବସ୍ତି ଅନୁଭୁବ କରିଛନ୍ତି ଲୋକେ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତି କମିଥିବା ବେଳେ, ସମସ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୪.୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୫.୪, କଟକରେ ୩୪.୨, ପାରାଦୀପରେ ୩୨.୮, ଭୁବନେଶ୍ବରରେ ୩୬.୧, ଗୋପାଳପୁରରେ ୩୩, ପୁରୀରେ ୩୪.୮, ଅନୁଗୁଳରେ ୩୩.୭, ବାରିପଦାରେ ୩୪.୨, ଝାରସୁଗୁଡ଼ାରେ ୩୦.୪, କେନ୍ଦୁଝରରେ ୩୦.୮, ସମ୍ବଲପୁରରେ ୨୮.୮, ସୁନ୍ଦରଗଡ଼ରେ ୩୯, ହୀରାକୁଦରେ ୨୮.୩, ତାଳଚେରରେ ୩୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୩୫.୫ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୮.୩, କୋରାପୁଟରେ ୩୨, ଫୁଲବାଣୀରେ ୩୧, ଟିଟିଲାଗଡ଼ରେ ୩୩.୫, ମାଲକାନଗିରିରେ ୩୭, ସୋନପୁରରେ ୩୩.୬, ନୟାଗଡ଼ରେ ୩୪.୫, ବୌଦ୍ଧରେ ୩୨.୫, ଛତ୍ରପୁରରେ ୩୪.୩, ପାରଳାଖେମୁଣ୍ଡିରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.