Latest Odisha News

BREAKING NEWS

ଅଭ୍ୟାସ କରୁଥିବା ବେଳେ ଚାଲିଗଲା ୨୪ ବର୍ଷୀୟ କ୍ରିକେଟର ଜୀବନ !

ଲଣ୍ଡନ: ଇଂଲଣ୍ଡର ଯୁବ ଖେଳାଳି ଜୋଶୁଆ ଡାଉନୀଙ୍କ ଅକସ୍ମାତ ମୃତ୍ୟୁ କ୍ରିକେଟ ଦୁନିଆକୁ ସ୍ତବ୍ଧ କରି ଦେଇଛି । ଇଂଲିଶ କାଂଉଟି କ୍ଲବ ନଟ୍ଟିଂହାମଶାୟର ପକ୍ଷରୁ ଖେଳୁଥିବା ଏହି ୨୪ ବର୍ଷୀୟ ଖେଳାଳି ଅଭ୍ୟାସ ସେଶନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କେହି କିଛି ଭାବିବା ପୂର୍ବରୁ ସେ ତଳେ ପଡି ଯାଇଥିଲେ । ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଇଂଲଣ୍ଡ ବୋର୍ଡ ଏବଂ କାଂଉଟି କ୍ଲବଗୁଡିକ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।

ମୋ ପୁଅ ମୋତେ ଛାଡି ଚାଲିଯାଇଛି ଏବେ ବି ବିଶ୍ୱାସ କରିପାରୁ ନାହିଁ ବୋଲି ତାଙ୍କ ମାଆ କହିଛନ୍ତି । ଜୋଶୁଆ ଭଉଣୀ ବେକି ଡାଉନୀ ମଧ୍ୟ ଜଣେ ପ୍ରତିଷ୍ଠିତ ଆଥଲେଟ । ସେ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଭାଇର ମୃତ୍ୟୁ ଖବରରେ ସେ ଭାଙ୍ଗି ପଡିଛନ୍ତି ।

Leave A Reply

Your email address will not be published.