Latest Odisha News

BREAKING NEWS

ଆଦିବାସୀମେଳାର ଏକାଦଶ ସଂଧ୍ୟା: କୋହଲା ପାଗରେ ଖାଦ୍ୟର ମଜା ନେଲେ ଦର୍ଶକ

ଭୁବନେଶ୍ୱର: ଆଦିବାସୀମେଳାର ଏକାଦଶ ସଂଧ୍ୟାରେ କୋହଲାପାଗରେ ଦର୍ଶକମାନେ ଖାଦ୍ୟର ମଜା ଉଠାଇଥିଲେ । ଝିପିଝିପି ବର୍ଷା ଓ କୋହଲା ପାଗ ସତ୍ୱେ ୬୦ହଜାରରୁ ଅଧିକ ଦର୍ଶକ ଆଦିବାସୀମେଳା ବୁଲି ଆସିଥିବାବେଳେ ଜାତୀୟ ଜନଜାତି କାଦ୍ୟ ମେଳାରେ ଗରମା ଗରମ ଖାଦ୍ୟ ଖାଇଥିଲେ । ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ ।

ଏକାଦର୍ଶ ସଂଧ୍ୟାରେ କପ୍ତିପଦାର କୋହ୍ଲ ଓ ସାନ୍ତାଳ ନୃତ୍ୟ, କୋଣାର୍କ ଆଶ୍ରମ ବିଦ୍ୟାଳୟ ପିଲାମାନଙ୍କର ନୃତ୍ୟ, ଆଇ.ଟି.ଡି.ଏ. କେନ୍ଦୁଝରର ଜୁଆଙ୍ଗ ନୃତ୍ୟ ଓ ପୁଟାସିଂର ସଉରା ପିଲାଙ୍କ ନୃତ୍ୟ, ମେଳାର ରଙ୍ଗମଞ୍ଚକୁ ବେଶ୍ ଆକର୍ଷଣୀୟ କରିଥିଲା । ମେଳାରେ ୩୦ଲକ୍ଷ ୮୦ହଜାର ଟଙ୍କାର କାରବାର ହୋଇଥିବାବେଳେ ଖାଦ୍ୟ ଷ୍ଟଲ ଗୁଡିକରେ ୫ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ବିକ୍ରି ହୋଇଥିଲା ।

ଏଥି ସହିତ ଦର୍ଶକମାନେ ଆଦିବାସୀ ହାଟରୁ ଜନଜାତିମାନଙ୍କର ହାତ ତିଆରି ବିଭିନ୍ନ ସାମଗ୍ରୀ ସହିତ ସୁଆଁ, ପାଳୁଅ, ମାଣ୍ଡିଆ, ହରିଡ଼ା, ବାହାଡ଼ା, ଅଁଳା, ରାଶି, କୋଳଥ, ବୁଟ, ଚଣା, ବିଭିନ୍ନ ପ୍ରକାର ଆଚାର, ଧଳାଚଣା ବିଭିନ୍ନ ଔଷଧ ଇତ୍ୟାଦି ଖରିଦ କରିଥିଲେ । ଜନଜାତି କଳାକାରଙ୍କ ଦ୍ୱରା ପ୍ରଦର୍ଶନ ହେଉଥିବା ଚିତ୍ରକଳାକୁ ମଧ୍ୟ ଦର୍ଶକମାନେ ବୁଲି ବୁଲି ଉପଭୋଗ କରିଥିଲେ ।

Leave A Reply

Your email address will not be published.