Latest Odisha News

BREAKING NEWS

ବଜାରକୁ ଆସୁଛି ନୂଆ ରେଡମୀ ୯ଏ, ରେଡମୀ ୯; ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଶାଓମୀ ପୁଣିଥରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ନୂଆ ରେଡମୀ ୯ଏ ଓ ୯ ସ୍ମାର୍ଟଫୋନ୍ ।

କମ୍ପାନୀର ସୂଚନାନୁଯାୟୀ ଆସନ୍ତା ଫେବୃଆରୀ ୧୧ ତାରିଖରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରାଯିବ । ଏଥିସହିତ ରେଡମୀ ପାୱାର ବ୍ୟାଙ୍କ ମଧ୍ୟ ରହିଛି ।

 

ଶାଓମୀ ପକ୍ଷରୁ ଏନେଇ ଟ୍ୱିଟ୍ ମଧ୍ୟ କରାଯାଇଛି । ଏହା କମ୍ପାନୀର ଚଳିତ ବର୍ଷର ପ୍ରଥମ ଲଞ୍ଚ ହୋଇପାରେ ଆଲୋଚନା ହେଉଛି ।

ଜାଣନ୍ତୁ କ’ଣ ରହିଛି ଫିଚର୍ସ (ରେଡମୀ ୯ଏ ଓ ୯)

  • ରେଡମୀ ୯ଏ ର ଡିସେପ୍ଲ ସାଇଜ୍ ୬.୪ ଇଞ୍ଚ ରହିଥିବା ବେଳେ ରେଡମୀ ୯ର ୬.୩ ରହିଛି ।
  • ଉଭୟର ଡିସପ୍ଲେ ଟାଇପ୍ ଫୁଲ୍ ଏଚଡି ସୁପର ହୋଇଥିବା ବେଳେ ଆଣ୍ଡ୍ରୋଏଡ୍ ୯ ପାଇ ରହିଛି ।
  • ଫ୍ରଣ୍ଟ କ୍ୟାମେରା ୮ ଏମପି ରହିଥିବା ବେଳେ ରେଡମୀ ୯ର ୫ଏମପି ରହିଛି ।
  • ସେହିପରି ରିୟର କ୍ୟାମେରା (୯ଏ)- ୧୩ ଏମପି+ ୫ ଏମପି ହୋଇଥିବା ବେଳେ ରେଡମୀ ୯ର (୧୩ ଏମପି+୨ ଏମପି) ରହିଛି ।
Leave A Reply

Your email address will not be published.