Latest Odisha News

BREAKING NEWS

ବୁଲା କୁକୁରଙ୍କ କାମୁଡ଼ାରୁ ବର୍ତ୍ତିଗଲେ ନାବାଳିକା

ଗାଜିଆବାଦ: ବୁଲା କୁକୁର ହେଉ ବା ପୋଷା କୁକୁର, ସେମାନଙ୍କ ଆକ୍ରମଣର ବହୁତ ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । କେତେବେଳେ ମାଲିକଙ୍କ କବଳରୁ ପୋଷା କୁକୁର ଫିଟିଯାଇ କାହାକୁ କାମୁଡି ରକ୍ତାକ୍ତ କରୁଛି ତ କେଉଁଠି ବୁଲା କୁକୁରମାନେ କାମୁଡି କ୍ଷତାକ୍ତ କରୁଛନ୍ତି । ଏପରି ଅନେକ ଘଟଣା ଆମ ସାମ୍ନାରେ ରହିଥିବା ବେଳେ ଗାଜିଆବାଦରେ ଜଣେ ନାବାଳିକ କୁକୁର କାମୁଡାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଝିଅଟି ଆପାର୍ଟମେଣ୍ଟ ଭିତରକୁ ଦୌଡ଼ି ଦୌଡ଼ି ପଶିଯିବାରୁ ନିଜକୁ ବଞ୍ଚାଇପାରିଥିଲେ । ଗାଜିଆବାଦର ବୈଶାଳିରେ ରାମପ୍ରସ୍ଥ ଗ୍ରୀନ ସୋସାଇଟିର ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଝିଅ ପଛ ପଟ ଟି-ସାର୍ଟକୁ କୁକୁର ଡିଆଁ ମାରି କାମୁଡି ଧରିଥିଲେ ବି କୌଶଳରେ ଝିଅଟି ଛଡାଇ ଗେଟ୍ ଭିତରକୁ ଦୌଡ଼ି ପଳାଇଥିଲା । ଗାର୍ଡମାନେ କୁକୁର ଗୁଡିକୁ ଘଉଡାଇ ଦେଇଥିଲେ ।

ଗତ କିଛି ଦିନରୁ ଦିଲ୍ଲୀ ଏନସିଆର୍ ସୋସାଇଟି ଗୁଡିକରେ କୁକୁରଙ୍କ ଆକ୍ରମଣ ମାମଲା ବଢିବାରେ ଲାଗିଛି । ନୋଏଡା ଅଥରିଟି ନିକଟରେ ପୋଷା ଜନ୍ତୁଙ୍କ ପାଇଁ ଏକ ପଲିସି କରିଛନ୍ତି । କୁକୁର ହେଉ ବା ବିଲେଇ ସମସ୍ତଙ୍କ ପଞ୍ଜିକରଣ କରିବାକୁ ହେବ । ନୋଚେତ୍ ଜରିମାନା ଦେବାକୁ ପଡିବ । ପୋଷା ଜନ୍ତୁଙ୍କ ଆକ୍ରମଣର ଶିକାର ପୀଡିତଙ୍କୁ ମାଲିକଙ୍କୁ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

Leave A Reply

Your email address will not be published.