Latest Odisha News

BREAKING NEWS

‘ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନା ହେଉ ପଦ୍ମପୁର’, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କଲା ବିଜେପି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଜମୁଛି, ବଢ଼ୁଛି ରାଜନୈତିକ ଉଷ୍ମତା । ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ଛାମୁଆ ନେତା ପଦ୍ମପୁରରେ ଡେରା ପକାଇଛନ୍ତି ପ୍ରଚାର ପାଇଁ । ଶାସକ ଦଳର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଥିବାବେଳେ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ।

ଉପନିର୍ବାଚନରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପୂଜାରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେପି ଅଭିଯୋଗ ଆଣିଛି । ଦଳର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ଟିମ୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ।

ବିଜେପି ଅଭିଯୋଗ କରିଛି, ଉପନିର୍ବାଚନ ହେଉଥିବା ବେଳେ ମନ୍ତ୍ରୀ ସରକାରୀ ଅନୁଦାନପ୍ରାପ୍ତ ଜୟଦେବ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କ ସହ ଟଙ୍କା ବଣ୍ଟା ନେଇ ବୈଠକରେ ଆଲୋଚନା କରିଛନ୍ତି । ଉକ୍ତ ବୈଠକରେ ବରଗଡ଼ କଲେଜର କର୍ମଚାରୀ କୃଷ୍ଣ ମୋହନ ପଣ୍ଡା ଯୋଗ ଦେଇଥିଲେ । ଯାହାକି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛନ୍ତି ଲେଖାଶ୍ରୀ ।

ଲେଖାଶ୍ରୀ ଆହୁରି ଅଭିଯୋଗ କରିଛନ୍ତି, ବୈଠକ ମାଧ୍ୟମରେ ମନ୍ତ୍ରୀ ସରକାରୀ କର୍ମଚାରୀଙ୍କୁ ଡରାଇବା ସହ ବଦଳି ଧମକ ଦେଇଛନ୍ତି । କୃଷ୍ଣ ମୋହନ ପଣ୍ଡାଙ୍କୁ ଗିରଫ କରିବା ସହ ଉପନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ୍ରୀ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପଦ୍ମପୁର ମନା କରାଯିବାକୁ ବିଜେପି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ।

Leave A Reply

Your email address will not be published.