Latest Odisha News

BREAKING NEWS

ଏପ୍ରିଲରୁ ଜୁନ ମଧ୍ୟରେ ୧୨ ଫିଲ୍ମ ହେବ ରିଲିଜ, ବାଜିରେ ୧୬୦୦ କୋଟି

ମୁମ୍ବାଇ:ଏପ୍ରିଲ ଶେଷ ଭାଗରୁ ଜୁନ ପର୍ଯ୍ୟନ୍ତ ବଲିଉଡର ୧୨ଟି ବଡ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ବଲିଉଡର ୧୬୦୦ କୋଟି ବାଜିରେ ଲାଗିଛି । କରୋନା ପୂର୍ବରୁ ୨୦୧୮ ଗ୍ରୀଷ୍ମକାଳୀନ ସିଜନରେ ୩୯ ଫିଲ୍ମ ରିଲିଜ ହୋଇଥିଲା । ଏହା ମଧ୍ୟରୁ ୯ ଫିଲ୍ମ ସୁପରହିଟ ହୋଇଥିଲା । ୨୦୨୨ରେ ୩୦ ଫିଲ୍ମ ରିଲିଜ ହୋଇଥିଲା ଏବଂ ଏହା ମଧ୍ୟରୁ ୭ଟି ଫିଲ୍ମ ହିଟ ହୋଇଥିଲା । ଏଥର ଶାହାରୁଖ ଖାଁଙ୍କ ଜବାନଠାରୁ ଆରମ୍ଭ କରି ଡ୍ରିମ ଗର୍ଲ ୨ ଫିଲ୍ମ ରିଲିଜ ହେବ । ଏହା ବ୍ୟତୀତ ସଲମାନ ଖାଁ, ପ୍ରଭାସ ଓ କାର୍ତିକ ଆର୍ଯ୍ୟନଙ୍କ ଫିଲ୍ମ ବଜାରକୁ ଆସିବ ।

ଏହା ମଧ୍ୟରେ କିସି କେ ଭାଇ କିସି କେ ଜାନ (୧୫୦ କୋଟି ବଜେଟ, ୨୧ ଏପ୍ରିଲ), ଜବାନ (୨୫୦ କୋଟି, ୨ ଜୁନ), ଆଦିପୁରୁଷ (୪୦୦ କୋଟି, ୧୬ଜୁନ), ମୈଦାନ(୨୦୦କୋଟି, ୨୩ଜୁନ), ସତ୍ୟପ୍ରେମ କି କଥା (୧୦୦କୋଟି, ୨୯ଜୁନ), ଯୋଦ୍ଧା (୭୦କୋଟି, ୭ଜୁଲାଇ), ଡ୍ରିମଗର୍ଲ ୨(୮୦ କୋଟି, ୭ଜୁଲାଇ) ଓ ରକୀ ଔର ରନୀ କି ପ୍ରେମ କହାନୀ (୧୫୦କୋଟି, ୨୮ଜୁଲାଇ) ।

ଏହା ବ୍ୟତୀତ ତେଜସ, ସ୍ୱତନ୍ତ୍ରବୀର ସାବରକର ଓ ଆଜାମ ଫିଲ୍ମ ରିଲିଜ ହେବାର ସମ୍ଭାବନା ରହିଛି । ଜବାନ ଫିଲ୍ମ ମାଧ୍ୟମରେ ବଲିଉଡ ନୂତନ ଜୀବନ ପାଇଛି କହିଲେ ଭୁଲ ହେବନି । ଦେଖାଯାଉ ଆଗକୁ ଏହି ଫିଲ୍ମଗୁଡିକ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛନ୍ତି କିମ୍ବା ଧରାଶାୟୀ ହେଉଛନ୍ତି ।

Leave A Reply

Your email address will not be published.