Latest Odisha News

ପୋଷାକ ପରିଧାନକୁ ନେଇ ଉର୍ଫିଙ୍କୁ ହତ୍ୟା ଧମକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅଭିନେତ୍ରୀ ଉର୍ଫି ଜାଭେଦ୍‌ଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ କାର୍ଯ୍ୟାଳୟରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଏନେଇ ଉର୍ଫି ସୋସିଆଲ ମିଡ଼ିଆରେ ସେୟାର କରି କହିଛନ୍ତି ଯେ, ନୀରଜ ପାଣ୍ଡେଙ୍କ କାର୍ଯ୍ୟାଳୟରୁ କେହି ଜଣେ ମୋତେ ଫୋନ କରିଥିଲେ । ସେ କହିଥିଲେ ମୁଁ ନିରଜ ସାର୍‌ଙ୍କ ସହକାରୀ କହୁଛି । ସାର୍ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି । ମୁଁ ସାକ୍ଷାତ ପୂର୍ବରୁ ତାଙ୍କୁ କହିଥିଲି ଯେ ସେ ମୋତେ ପ୍ରୋଜେକ୍ଟର ସମସ୍ତ ବିବରଣୀ ପଠାନ୍ତୁ । ଏହା ଶୁଣିବା ପରେ ବ୍ୟକ୍ତି ଜଣକ ହଠାତ୍ ରାଗିଯାଇ ନୀରଜ ସାର୍‌ଙ୍କୁ କିପରି ଅପମାନିତ କରିବାକୁ ସାହସ କଲେ ବୋଲି କହିଲେ । ଆପଣଙ୍କ ବିଷୟରେ ଟିକିନିକି ଖବର ଆମ ପାଖରେ ଅଛି । ଏମିତି କି ଆପଣଙ୍କ କାର ନମ୍ବର ଜଣାଅଛି । ଆଉ ଆପଣ ଯେମିତି ଡ଼୍ରେସ ପିନ୍ଧୁଛନ୍ତି ଆପଣଙ୍କୁ ପିଟି ପିଟି ହତ୍ୟା କରିବା ଦରକାର ବୋଲି କହିଥିଲେ ।

Leave A Reply

Your email address will not be published.