Latest Odisha News

BREAKING NEWS

ଚିକିତ୍ସାରେ ଅବହେଳା ଯୋଗୁ ଚାଲିଗଲା ୧୨ କରୋନା ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ: ଚିକିତ୍ସାରେ ଅବହେଳା ଯୋଗୁ ଗତ ୨୪ ଘଣ୍ଟାରେ ଗୌହାଟି ହସ୍ପିଟାଲରେ ୧୨ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ ରାତିରେ ଡ୍ୟୁଟିରେ ଥିବା ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ଏଭଳି ଅଘଟଣ ହୋଇଛି।

ଜିଏମସିଏଚ୍‌ ଅଧୀକ୍ଷକ କହିଛନ୍ତି ଯେ, ୧୨ ଜଣ ରୋଗୀଙ୍କ ମଧ୍ୟରୁ ୯ ଜଣଙ୍କୁ ଆଇସିୟୁରେ ଏବଂ ତିନି ଜଣଙ୍କୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା ଏବଂ ସମସ୍ତ ମୃତକଙ୍କ ଅମ୍ଳଜାନ ସ୍ତର ୯୦ ପ୍ରତିଶତରୁ କମ୍ ଥିଲା।

ତେବେ କରୋନା ରୋଗୀ ଏବଂ ମୃତକଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ରାତିରେ ଡ୍ୟୁଟିରେ ଥିବା ଡାକ୍ତରମାନେ ଉପସ୍ଥିତ ନଥିଲେ ସେଥିପାଇଁ ଏଭଳି ଅଘଟଣ ଘଟିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ବିଳମ୍ବିତ ରାତିରେ ଡାକ୍ତରଖାନା ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.