ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଆଉ ହାତ ଗଣତି କିଛି ଦିନ ପରେ ଆରମ୍ଭ ହେବ । ରେସଲିଂ ଅଲିମ୍ପିକ୍ସରେ ସର୍ବଦା ଆକର୍ଷଣର କେନ୍ଦ୍ର ସାଜିଛି । ସେଥିପାଇଁ ୧୯୦୦ ବ୍ୟତୀତ ଅନ୍ୟ ସମସ୍ତ ସଂସ୍କରଣରେ ଏହି ଇଭେଂଟ ସାମିଲ ହୋଇଛି । ଏଥର ଭାରତର ୮ ପହିଲୱାନ ଅଂଶଗ୍ରହଣ କରୁଛନ୍ତି । ସୁମିତ ମଲିକ ଡୋପ ଟେଷ୍ଟରେ ଧରାପଡିବା ପରେ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ଆଧୁନିକ ଅଲିମ୍ପିକ୍ସର ପ୍ରଥମ ସଂସ୍କରଣ ୧୮୯୬ରେ ରେସଲିଂକୁ ସାମିଲ କରାଯାଇଥିଲା । ଗ୍ରୀକୋ ରୋମାନ ଓ ଫ୍ରିଷ୍ଟାଇଲ ବିଭାଗରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥାନ୍ତି । ଏଥର ରେସଲିଂରେ ୧୮ ସ୍ୱର୍ଣ୍ଣପଦକ ହାତେଇବା ପାଇଁ ପହଲିମାନମାନେ ଉଦ୍ୟମ କରିବେ । ଭାରତ ପକ୍ଷରୁ ଟୋକିଓ ଅଲିମ୍ପିକ୍ସ ପୁରୁଷ ବିଭାଗରେ ରବି କୁମାର ଦାହିୟା ( ୫୭କିଗ୍ରା), ବଜରଙ୍ଗ ପୁନିଆ (୬୫କିଗ୍ରା), ଦୀପକ ପୁନିଆ (୮୬ କିଗ୍ରା), ସୁମିତ (୧୨୫ କିଗ୍ରା) ଏବଂ ମହିଳା ବିଭାଗରେ ସୀମା ବିସଲା (୫୦ କିଗ୍ରା), ଭିନେଶ ଫୋଗଟ (୫୫କିଗ୍ରା), ଅଂଶୁ ମଲିକ (୫୭କିଗ୍ରା) ଓ ସୋନମ ମଲିକ (୬୨ କିଗ୍ରା) ବିଭାଗରେ ଅଂଶ ଗ୍ରହଣ କରୁଛନ୍ତି ।
ଭାରତର ପଦକ ବିଜେତା ରେସଲର: ୧୯୫୨ରେ କେଡି ଯାଦବ ଭାରତ ପକ୍ଷରୁ ରେସଲିଂରେ ପ୍ରଥମ ପଦକ ଜିତିଥିଲେ । ଏ ପର୍ଯ୍ୟନ୍ତ ଭାରତୀୟ ରେସଲର ୫ଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ସୁଶୀଲ କୁମାର (୨୦୦୮, ୨୦୧୨), ଯୋଗେଶ୍ୱର ଦତ (୨୦୧୨), ସାକ୍ଷୀ ମଲିକ (୨୦୧୬) ଏହି ସଫଳତା ହାସଲ କରିଛନ୍ତି । ସୁଶୀଲ ୨ଟି ପଦକ ଏବଂ ସାକ୍ଷୀ ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସରେ ଏହି ଗୌରବ ଅର୍ଜନ କରିଛନ୍ତି । ସୋଭିଏଟ ୟୁନିୟନ ରେସଲିଂରେ ସର୍ବାଧିକ ୬୨ ସ୍ୱର୍ଣ୍ଣ ଜିତିଥିବା ବେଳେ ଆମେରିକା ଓଭରାଲ ୧୩୩ ପଦକ ଜିତିଛି ।
BREAKING NEWS
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା

Comments are closed.